ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.) -ଆଜି ହେଉଛି ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ 135ତମ ଜନ୍ମ ଜୟନ୍ତୀ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧୁମଧାମରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ କରାଯାଉଥିବା ବେଳେ କଂଗ୍ରେସ ,ବିଜେଡି ,କମ୍ୟୁନି
ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ


ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.) -ଆଜି ହେଉଛି

ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ 135ତମ ଜନ୍ମ ଜୟନ୍ତୀ । ଦେଶ ତଥା

ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧୁମଧାମରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ କରାଯାଉଥିବା ବେଳେ

କଂଗ୍ରେସ ,ବିଜେଡି ,କମ୍ୟୁନିଷ୍ଟ ଭଳି

ରାଜନୈତିକ ଦଳ ଓ ଅନ୍ୟାନ୍ୟ ସଂଗଠନ ତରଫରୁ ଭୁବନେଶ୍ୱର ସ୍ଥିତ ଏଜି ଛକରେ ଥିବା ଆମ୍ବେଦକରଙ୍କ

ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ସ୍ୱାଧୀନତା ପରବର୍ତ୍ତୀ ଭାରତରେ ତାଙ୍କର ସାମାଜିକ - ରାଜନୈତିକ

ଚିନ୍ତାଧାରାକୁ ରାଜନୈତିକ ମହଲରେ ସମ୍ମାନ ଦିଆଯାଉଛି । ତେବେ ରାଜ୍ୟ ତଥା ସାରା ଦେଶରେ ତାଙ୍କ

ଜନ୍ମ ଜୟନ୍ତୀକୁ ପାଳନ କରାଯାଇଥିବା ବେଳେ ବିରୋଧୀଙ୍କ ଅଭିଯୋଗ ବର୍ତ୍ତମାନ ସମ୍ବିଧାନ

ଅସୁରକ୍ଷିତ ବୋଲି କଂଗ୍ରେସ ଓ ବିଜେଡି ପକ୍ଷରୁ କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande