ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କୁ ବରୀ ନିର୍ବାଚନ ମଣ୍ଡଳୀରେ ସ୍ୱାଗତ ସମ୍ବର୍ଦ୍ଧନା
ଧର୍ମଶାଳା,୧୪ଏପ୍ରିଲ(ହି.ସ.) - ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ବରୀ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରତ୍ନଗିରିଠାରେ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟର୍କମରେ ଯୋଗ ଦେଇଛନ୍ତି । ତେବେ ବରୀ ନିର୍ବାଚନ ମଣ୍ଡଳୀ ରସ
ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କୁ ବରୀ ନିର୍ବାଚନ ମଣ୍ଡଳୀରେ ସ୍ୱାଗତ ସମ୍ବର୍ଦ୍ଧନା


ଧର୍ମଶାଳା,୧୪ଏପ୍ରିଲ(ହି.ସ.) - ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ବରୀ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରତ୍ନଗିରିଠାରେ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟର୍କମରେ ଯୋଗ ଦେଇଛନ୍ତି । ତେବେ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ବିଭିନ୍ନ ପଂଚାୟତରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇ ଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ସେ ଗୋପାଳପୁରସ୍ଥ ଡାକବଙ୍ଗଳଠାରେ ପଂହଚିବା ପରେ ବିଜେପିର ଶହଶହ ନେତା ଓ କର୍ମୀ ସ୍ୱାଗତ କରିଥିଲେ । ସେଠାରୁ ଏକ ବିଶାଳ କାର ଶୋଭାଯାତ୍ରାରେ ରତ୍ନଗିରି ଅଭିମୁଖେ ବାହାରି ଥିଲେ । ବାଟରେ ରାଜେନ୍ଦ୍ରପୁରଠାରେ ଯୁବନେତା ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଶହଶହ ମହିଳା ,ଅତଲାପୁରଠାରେ ଯୁବନେତା ରାଣା ପ୍ରତାପଙ୍କ ସମର୍ଥକ,ସାମନ୍ତରାପୁରଠାରେ ଯୁବନେତା ଓ ମହିଳାନେତ୍ରୀ,ଝାଲପଡା ପଂଚାୟତଠାରେ ଶହଶହ ସମର୍ଥକ,ମଙ୍ଗରାଜପୁରଠାରେ ବିଜେପି ଯୁବ କର୍ମକର୍ତା ଓ ମହିଳା ନେତ୍ରୀ,ମହେଶ୍ୱରପୁର ପଂଚାୟତ ଚାନ୍ଦପୁରଠାରେ ସରପଂଚ ଝରଣା ପାତ୍ରଙ୍କ ନେତୃତ୍ୱରେ ଶହଶହ ସମର୍ଥକ,ବନ୍ଧଡିହ ପଂଚାୟତରେ ଶହଶହ ସମର୍ଥକ ଓ ବ୍ରହ୍ମବରଦା ପଂଚାୟତ ଚଣ୍ଡି ମନ୍ଦିର ପରିସରରେ ଯୁବନେତା ସଂଗ୍ରାମ ମହାନ୍ତି,ଅନିଲ ରାଉତ,ଉଦୟଭାନୁ ଦେଓ,ରୂପେଶ ରାଉତ,ଉମେଶ ବଟ୍ଟ ,ସୁରେନ୍ଦ୍ର ରାଉତ ଓ ବିଚିତ୍ର ଓଝା ଓ ଝାଲପଡା ପଂଚାୟତ ଝାଲପଡା ଛକଠାରେ କାବୁଲି ନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା, ଯୁବନେତା ଓ ବିଜେପି କର୍ମୀ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ । ବ୍ରହ୍ମବରଦା ପଂଚାୟତସ୍ଥ ବ୍ୟାଙ୍କ ଛକଠାରେ ଶତାଧିକ ସଂଖ୍ୟାଲଘୁ ଭାଇମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande