
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- କଂଗ୍ରେସ-ବିଜେଡି ମେଣ୍ଟକୁ ନେଇ ପିସିସି ସଭାପତି ଭକ୍ତ
ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ,ମେଣ୍ଟ ନିଷ୍ପତ୍ତି
ବଡ଼ ନେତା ନେବେ। ଆମେ ରାଜ୍ୟ କଂଗ୍ରେସ। ଏ ନିଷ୍ପତ୍ତି ଏଏଆଇସିସି ନେବ।
ସେହିପରି ବିଜେଡି ନେତା ଦେବୀ ମିଶ୍ର କହିଲେ, ଏମିତି ବହୁ ଚର୍ଚ୍ଚା ହେବ। ରାଜନୀତିମାନେ ତ ଚର୍ଚ୍ଚା
ଜାରି ରହିବ। ଏଯାଏଁ କିଛି ନିଷ୍ପତ୍ତି ହୋଇନି। ଚର୍ଚ୍ଚା ଚର୍ଚ୍ଚାରେ ରହିପାରେ। ମୁଁ ଜ୍ୟୋତିଷ
ନୁହେଁ। କିନ୍ତୁ ବର୍ତ୍ତମାନ ନଈ ନ ଦେଖୁଣୁ ଲଙ୍ଗଳା ହେବା ଉଚିତ ନୁହେଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା