
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀରେ
ତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ସ୍ଥପତି, ସାମାଜିକ ନ୍ୟାୟର ପ୍ରତୀକ 'ଭାରତ ରତ୍ନ' ବାବାସାହେବ ଡକ୍ଟର
ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ନ୍ୟାୟ, ସମରସତା ଏବଂ
ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଆମ ଗଣତନ୍ତ୍ରକୁ ସୁଦୃଢ଼
କରିଛି। ଏକ ପ୍ରଗତିଶୀଳ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତାଙ୍କର ଆଦର୍ଶ ଆମ ସମସ୍ତଙ୍କ ପାଇଁ ସଦା
ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା