କୁଚିଣ୍ଡାରେ ଏକ ନୂତନ ଉପଖଣ୍ଡ ଚିକିତ୍ସାଳୟ ଭବନର ଭୂମିପୂଜନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଶୁଭ ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଏକ ନୂତନ ଉପଖଣ୍ଡ ଚିକିତ୍ସାଳୟ ଭବନର ଭୂମିପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୫୩ କୋଟି ଟଙ୍କା ବ୍ୟୟରେ ନ
ଧର୍ମେନ୍ଦ୍ର


ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର

ଶୁଭ ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଏକ ନୂତନ ଉପଖଣ୍ଡ ଚିକିତ୍ସାଳୟ ଭବନର

ଭୂମିପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୫୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ

ଥିବା ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଏବଂ ସ୍ୱତନ୍ତ୍ର ଟ୍ରମା କେୟାର ସେଣ୍ଟର

ଅଞ୍ଚଳର ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବ । ସ୍ୱାସ୍ଥ୍ୟ ଭିତ୍ତିଭୂମି

କ୍ଷେତ୍ରରେ ଏହି ପଦକ୍ଷେପ କୁଚିଣ୍ଡାବାସୀଙ୍କୁ ଉନ୍ନତ ତଥା ଗୁଣାତ୍ମକ ଚିକିତ୍ସା ସୁବିଧା

ଯୋଗାଇବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande