ଡ.ବି.ଆର ଆମ୍ବେଦକରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ଡ.ବି.ଆର ଆମ୍ବେଦକରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସଂବିଧାନର ଶିଳ୍ପୀ ‘ଭାରତ ରତ୍ନ’ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ
ଆମ୍ବେଦକର


ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ଡ.ବି.ଆର ଆମ୍ବେଦକରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ସଂବିଧାନର ଶିଳ୍ପୀ ‘ଭାରତ ରତ୍ନ’ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ

ଜୟନ୍ତୀରେ ତାଙ୍କୁ କୋଟି-କୋଟି ନମନ।

ବାବାସାହେବଙ୍କ ସମ୍ପୂର୍ଣ୍ଣ ଜୀବନ ସାମାଜିକ ସମାନତା, ଅଧିକାରର ସୁରକ୍ଷା

ଏବଂ ସମାନ ସୁଯୋଗର ବିସ୍ତାର ପାଇଁ ସମର୍ପିତ ଥିଲା। ସେ ନିଜ ଚିନ୍ତାଧାରା ଦ୍ୱାରା ଏକ ଏମିତି

ଭାରତର କଳ୍ପନା କରିଥିଲେ, ଯେଉଁଠାରେ ଆଇନ

ସମ୍ମୁଖରେ ସମସ୍ତେ ସମାନ ଓ ପ୍ରତ୍ୟେକ ନାଗରିକ ନ୍ୟାୟ, ସ୍ୱାଧୀନତା ଓ ସମ୍ମାନର ଅଧିକାର ପାଇଥାନ୍ତି। ବାବାସାହେବଙ୍କ ଜୀବନ

ଆମକୁ ଏମିତି ଏକ ଜାତି ଗଠନର ପଥ ଦେଖାଏ, ଯେଉଁଠାରେ ନ୍ୟାୟ, ସମରସତା ଓ ସମାନ ସୁଯୋଗ ପ୍ରତ୍ୟେକ ନାଗରିକଙ୍କ ଜୀବନର ଆଧାର ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande