ପ୍ରଭୁ ଅନନ୍ତ ସ୍ୱାମୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଦିନ ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ପ୍ରଭୁ ଅନନ୍ତ ସ୍ୱାମୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀ ଶ୍ରୀ ମହାବୀରଙ୍କ ନୂତନ ଯଜ୍ଞ ମଣ୍ଡପ ଉଦଘାଟନ କରିଛନ୍ତି।
fbhtyh

ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି ଆଜି ମୋ ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ସ୍ଥିତ ଗାଲୁଆ ଗ୍ରା:ପ ଅନ୍ତର୍ଗତ ଭୀମପୁର ଗ୍ରାମର ପ୍ରଭୁ ଅନନ୍ତ ସ୍ୱାମୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲି । ଏହାସହ ଶ୍ରୀ ଶ୍ରୀ ମହାବୀରଙ୍କ ନୂତନ ଯଜ୍ଞ ମଣ୍ଡପ ଉଦଘାଟନ କଲି । ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ଚିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଭଗବତୀ ମଣ୍ଡଳ ସଭାପତି କାହ୍ନୁଚରଣ ପ୍ରଧାନ,ଗାଲୁଆ ଗ୍ରା:ପର ସରପଂଚ ସୁରେଶ ଚନ୍ଦ୍ର ବାରିକିଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ଓ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande