ସମାଜସେବୀ ମଙ୍ଗଳ ଚରଣଙ୍କ ପରଲୋକ
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଏହି ବ୍ଲକ ବସନ୍ତିଆ ମନୋହରପୁର ଗ୍ରାମର ସମାଜସେବୀ ତଥା ଅଗ୍ରଣୀ ଚାଷୀ ମଙ୍ଗଳ ଚରଣ ମଲ୍ଲିକ୍(୮୦)ଙ୍କ ପରଲୋକ ଘଟିଛି । ବୟାସାଧିକ କାରଣରୁ ଘରୋଇ ଚିକିତ୍ସାରେ ଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ଅରୂପ, ଆରବ, ସଞ୍ଜିବନୀ, ଫନି, କୁନି, ମନି, ଅନି,
mangala charan mallik file photo


ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଏହି ବ୍ଲକ ବସନ୍ତିଆ ମନୋହରପୁର ଗ୍ରାମର ସମାଜସେବୀ ତଥା ଅଗ୍ରଣୀ ଚାଷୀ ମଙ୍ଗଳ ଚରଣ ମଲ୍ଲିକ୍(୮୦)ଙ୍କ ପରଲୋକ ଘଟିଛି । ବୟାସାଧିକ କାରଣରୁ ଘରୋଇ ଚିକିତ୍ସାରେ ଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ଅରୂପ, ଆରବ, ସଞ୍ଜିବନୀ, ଫନି, କୁନି, ମନି, ଅନି, ଅର୍ପତା, ନିଶା, ଶୁଭସ୍ମିତା, ରଶ୍ମିତା ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଅଗ୍ରଣୀ ଚାଷୀ ଭାବେ ସେ ଜଣାଶୁଣା ଥିବା ବେଳେ ଗ୍ରାମରେ ଶିବ ମନ୍ଦିର, ହନୁମାନ ମନ୍ଦିର, କଳାଷଣ୍ଢ ବାଉତୀ ଗ୍ରାମଦେବତୀ ଆଦି କମିଟିରେ ରହି ସେବା ଓ ଧର୍ମ କାର୍ଯ୍ୟ କରି ଆସୁଥିଲେ । ମୃତ୍ୟୁଖବର ପାଇ ସ୍ଥାନୀୟ ସରପଚଂ ଅଶୋକ କୁମାର ସାହୁ, ସମିତି ସଭ୍ୟ ଜ୍ୟୋସ୍ନାରାଣୀ ସ୍ୱାଇଁ, ଦିନବନ୍ଧୁ ମଲ୍ଲିକ୍, ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଜଗବନ୍ଧୁ ମଲ୍ଲିକ, ଭାସ୍କର ଜେନା, ଘନଶ୍ୟାମ ରାଉତ, ସନ୍ତୋଷ ମଲ୍ଲିକ୍, ବିଶ୍ୱରଞ୍ଜନ ମଲ୍ଲିକ୍,ସୁବାଷ ଜେନା ପ୍ରମୁଖ ବାସ ଭବନରେ ପହଚିଂ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଶବାଧାରରେ ସାମିଲ୍ ଥିଲେ । ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମସାନରେ ଦାହ କରାଯାଇଥିଲା । ପୁତ୍ର ପ୍ରଦୀପ ମଲ୍ଲିକ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande