
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ଭାରତ ରତ୍ନ ଡ଼ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ
ତାଙ୍କୁ ପ୍ରଣାମ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଭାରତ ରତ୍ନ ଡ଼ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ
ବିନମ୍ର ପ୍ରଣାମ ଜଣାଉଛି। ସମାଜର ପଛୁଆବର୍ଗଙ୍କ କଲ୍ଯାଣ, ସମାଜ ସଂସ୍କାର
କ୍ଷେତ୍ରରେ ତାଙ୍କର ଅବଦାନକୁ ଦେଶବାସୀ ସର୍ବଦା ମନେରଖିବେ ଏବଂ ତାଙ୍କୁ ନେଇ ଗର୍ବ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା