ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଓ ପଚଂସଖା ମହାପୁରୁଷ ଭକ୍ତିପୀଠରେ ମହାବିଷୁବ ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଭିଡ଼
ଜଗତସିଂହପୁର, ୧୪ ଅପ୍ରେଲ (ହି.ସ.)- ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଆଜି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ଶାରଳା ପୀଠ, ଗୋରଖନାଥ ପୀଠ, ବିରିଡ଼ି ସ୍ଥିତ ପଚଂସଖା ମହାପୁରୁଷ ପୀଠ (ଧ୍ୟାନକୁଦ), ବାଲିକୁଦା ପରହାଟ ସ୍ଥିତ ଭଗବତୀ ମନ୍ଦିର, ପାରାଦ୍ୱିପ ସ୍ଥିତ ଶ
ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଓ ପଚଂସଖା ମହାପୁରୁଷ ଭକ୍ତିପୀଠରେ ମହାବିଷୁବ ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଭିଡ଼


ଜଗତସିଂହପୁର, ୧୪ ଅପ୍ରେଲ (ହି.ସ.)- ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଆଜି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ଶାରଳା ପୀଠ, ଗୋରଖନାଥ ପୀଠ, ବିରିଡ଼ି ସ୍ଥିତ ପଚଂସଖା ମହାପୁରୁଷ ପୀଠ (ଧ୍ୟାନକୁଦ), ବାଲିକୁଦା ପରହାଟ ସ୍ଥିତ ଭଗବତୀ ମନ୍ଦିର, ପାରାଦ୍ୱିପ ସ୍ଥିତ ଶାରଳା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଏ ସମସ୍ତ ପୀଠରେ ଠାକୁରଙ୍କ ନୀତିକାନ୍ତି ଯଥାବିଧି ସମାପନ ହୋଇଛି ।

ଏତଦ୍ ବ୍ୟତୀତ ପାରାଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ଉଦୟବଟ ଧାମ ଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ଜଟାଧାରୀ ସାମୁଦ୍ରିକ ଥାନା ଅନ୍ତର୍ଗତ ପ୍ରସିଦ୍ଧ ମହାବୀର ପୀଠରେ ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande