ରାଜ୍ୟରେ ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନର୍ବବର୍ଷ ହର୍ଷୋଲ୍ଲାସର ସହ ପାଳନ
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.) - ଓଡିଶାରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ପବିତ୍ର ଅବସରରେ ସମଗ୍ର ରାଜ୍ୟରେ ଉତ୍ସବମୟ ପରିବେଶ ରହିଛି । ଏହା ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପର୍ବ ମଧ୍ୟରୁ ଅନ୍ୟତମ ।ଯାହାକୁ ଲୋକେ ବହୁତ ଉ
ରାଜ୍ୟରେ ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନର୍ବବର୍ଷ     ହର୍ଷୋଲ୍ଲାସର ସହ ପାଳନ


ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)

- ଓଡିଶାରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡିଆ

ନବବର୍ଷର ପବିତ୍ର ଅବସରରେ ସମଗ୍ର ରାଜ୍ୟରେ ଉତ୍ସବମୟ ପରିବେଶ ରହିଛି । ଏହା ରାଜ୍ୟର ସବୁଠାରୁ

ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପର୍ବ ମଧ୍ୟରୁ ଅନ୍ୟତମ ।ଯାହାକୁ ଲୋକେ ବହୁତ

ଉତ୍ସାହ ଓ ଭକ୍ତିଭାବରେ ପାଳନ କରୁଛନ୍ତି। ମନ୍ଦିରଗୁଡିକରେ ସଂକ୍ରାନ୍ତିୀ ପାଇଁ ପ୍ରବଳ ଭିଡ଼ ଜମିଛି।

ସାରା ରାଜ୍ୟରେ ଘରେ ଘରେ ପାରମ୍ପରିକ ପାନୀୟ ‘ପଣା’ ପ୍ରସ୍ତୁତ

କରାଯାଉଛି ଏବଂ ଏହାକୁ ପରିବାର ଓ ସମୁଦାୟ ମଧ୍ୟରେ ବଣ୍ଟନ କରାଯାଉଛି। ଏହି ଦିନ ତୁଳସୀର ପବିତ୍ର

ଗଛ ତଳେ ‘ପଣା’ ଅର୍ପଣ କରିବାର ପରମ୍ପରାର ବିଶେଷ ମହତ୍ତ୍ୱ ରହିଛି, ଯାହା ଏହି ପର୍ବର

ଆଧ୍ୟାତ୍ମିକ ଗଭୀରତାକୁ ପ୍ରକାଶ କରେ।

ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଏହି ପର୍ବକୁ ଧୁମଧାମରେ ପାଳନ କରାଯାଉଛି।

ଓଡିଆ ନବବର୍ଷ କେବଳ ଗୋଟିଏ ସାଂସ୍କୃତିକ ପର୍ବ ନୁହେଁ, ବରଂ ନୂତନ ଆରମ୍ଭ, ଶାନ୍ତି ଓ ସମ୍ମିଳନର ପ୍ରତୀକ ମଧ୍ୟ। ଏହି ଅବସରରେ ନୂତନ ଓଡିଆ

ପଞ୍ଜିକାର ଆରମ୍ଭ ସହ ରାଜ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶେଷ ଆୟୋଜନ

କରାଯାଇଛି।

ଆଜି ହନୁମାନ ଜୟନ୍ତୀ ମଧ୍ୟ ବେଶ ଉତ୍ସାହର ସହ ପାଳନ କରାଯାଉଛି ।

ଫଳରେ ପରିବେଶ ଆଉ ଅଧିକ ଭକ୍ତିମୟ ହୋଇଯାଇଛି। କଟକ ଓ ସମ୍ବଲପୁର ଭଳି ପ୍ରମୁଖ ସହରରେ ଭବ୍ୟ

ଶୋଭାଯାତ୍ରା ବାହାର କରାଯାଉଛି,

ଏଥିରେ ବହୁ ସଂଖ୍ୟକ

ଲୋକ ଅଂଶଗ୍ରହଣ କରୁଛନ୍ତି।

ପର୍ବପର୍ବାଣୀକୁ ସୁଚାରୁ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ

ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରମୁଖ ସ୍ଥାନମାନଙ୍କରେ

ପୋଲିସ୍ ବଳ ନିଯୁକ୍ତ ହୋଇଛନ୍ତି ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande