
ନୂଆଦିଲ୍ଲୀ, 14 ଏପ୍ରିଲ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ନବବର୍ଷର
ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ପୋଷ୍ଟ କରି ନବବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି
ପିଏମ ମୋଦି । ଏହା ସହ ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି
ପ୍ରଧାନମନ୍ତ୍ରୀ ।
ପିଏମ ମୋଦି କହିଛନ୍ତି ଯେ, ଏହି ସ୍ବତନ୍ତ୍ର ଅବସର ଭକ୍ତି, ସଭାବ ଏବଂ ନୂଆ ଋତୁ
ଆରମ୍ଭର ବାର୍ତ୍ତା ଦେଇଥାଏ । ଏହା ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରିଥାଏ । ଏ ବର୍ଷ
ଅପାର ସମ୍ଭାବନା ଓ ସଫଳତା ନେଇ ଆସୁ ବୋଲି ମୁଁ ପ୍ରାର୍ଥନା କରୁଛି । ଏହି ଶୁଭ ଦିନ ସମସ୍ତଙ୍କ
ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ନେଇ ଆସୁ । ଏ ପର୍ବ ଏକତାର ଭାବନାକୁ ଆହୁରି
ଗଭୀର କରୁ ଏବଂ ଆମ ସମାଜକୁ ଯୋଡ଼ି ରଖୁଥିବା ବନ୍ଧନକୁ ଆହୁରି ମଜଭୁତ କରୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା