
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.) - ସମ୍ବଲପୁର କୁଚିଣ୍ଡା ଯାତ୍ରା ପଡ଼ିଆ ଏବଂ କୁଣ୍ଡାପୋଷିରେ
ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର କୁଚିଣ୍ଡା ଯାତ୍ରା
ପଡ଼ିଆ ଏବଂ କୁଣ୍ଡାପୋଷି ଠାରେ ଦୁଇଟି ବହୁମୁଖୀ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ସହ ବିଜ୍ଞାପିତ
ଅଞ୍ଚଳ ପରିଷଦ, କୁଚିଣ୍ଡାର ନୂତନ
କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରିବାର ସୌଭାଗ୍ୟ ଲାଭ କଲି । ଏହି ନୂତନ
କମ୍ୟୁନିଟି ସେଣ୍ଟର ଅଞ୍ଚଳର ଗରିବ ସାଧାରଣ ଲୋକମାନଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା
ବ୍ରତଘର ଓ ବିବାହ ପାଇଁ ବହୁତ ସହାୟକ ହେବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,କୁଚିଣ୍ଡାର ସର୍ବାଙ୍ଗୀନ ବିକାଶ, ସବୁଜାୟନ ଏବଂ
ଉନ୍ନତ ନାଗରିକ ସେବା ଯୋଗାଇଦେବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ । ସ୍ୱାସ୍ଥ୍ୟ, ଶିକ୍ଷା ଏବଂ
ଗମନାଗମନ ସହ ଅନ୍ୟାନ୍ୟ ସାମାଜିକ ଭିତ୍ତିଭୂମିଗୁଡ଼ିକ ସ୍ଥାନୀୟ ଜନସାଧାରଣଙ୍କ ଜୀବନଶୈଳୀରେ ଏକ
ସକାରାତ୍ମକ ପରିବର୍ତ୍ତନ ଆଣିବ । କୁଚିଣ୍ଡାର ପ୍ରତ୍ୟେକ ନାଗରିକଙ୍କ ସହଯୋଗରେ ଏକ ସୁନ୍ଦର ଓ
ସୁସ୍ଥ କୁଚିଣ୍ଡା ଗଠନ କରିବା ଆମର ଲକ୍ଷ୍ୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା