ମାଲକାନଗିରିରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ
ମାଲକାନଗିରି, ୧୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ବିଶାଳ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ପଦଯାତ୍ରା ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ପରିବର୍ତ୍ତନ ଏବଂ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ
ମାଲକାନଗିରିରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ*


ମାଲକାନଗିରିରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ*


ମାଲକାନଗିରି, ୧୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ବିଶାଳ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ପଦଯାତ୍ରା ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ପରିବର୍ତ୍ତନ ଏବଂ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଥିଲେ। ପଦଯାତ୍ରା ଶେଷ ହେବା ପରେ ସଂସ୍କୃତି ଭବନ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉପସ୍ଥିତ ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ନାରୀ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ମହିଳାମାନଙ୍କ ଆତ୍ମବିଶ୍ୱାସ ଏବଂ ଏକତା ହିଁ ଏକ ସମୃଦ୍ଧ ସମାଜର ପ୍ରକୃତ ଶକ୍ତି। ସୁଭଦ୍ରା ଯୋଜନା ଓ ମିଶନ ଶକ୍ତି ମାଧ୍ୟମରେ ଆମେ ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାଙ୍ଗୁଲୁ ମହିଳାମାନଙ୍କ ସହଯୋଗକୁ ପ୍ରଶଂସା କରି କହିଥିଲେ, ଯେତେବେଳେ ଜଣେ ମହିଳା ସଶକ୍ତ ହୁଏ, ସେତେବେଳେ ସମ୍ପୂର୍ଣ୍ଣ ପରିବାର ଓ ସମାଜ ପ୍ରଗତି କରେ। ଏହି ପଦଯାତ୍ରା ମାଲକାନଗିରିର ମା' ଭଉଣୀମାନଙ୍କ ପାଇଁ ଏକ ନୂଆ ଆତ୍ମବିଶ୍ୱାସ ନେଇ ଆସିଛି।

ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ ଏବଂ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ହର୍ଷାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ପଦଯାତ୍ରା ଏବଂ ପରବର୍ତ୍ତୀ ସଭା ସମୟରେ ମହିଳାମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଆଗାମୀ ଦିନରେ ଏକ ସଶକ୍ତ ଓ ପ୍ରଗତିଶୀଳ ମାଲକାନଗିରି ଗଠନରେ ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande