
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ)- ରାଜ୍ୟର ସବୁ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଚିଠିରେ ରାଜନୈତିକ ପ୍ରତିନିଧିତ୍ୱ ଓ ଅର୍ଥନୈତିକ ସ୍ୱାର୍ଥ କଥା ଉଠାଇ ନବୀନ ଲେଖିଛନ୍ତି ଓଡ଼ିଶାର ଦୀର୍ଘମିଆଦି ସ୍ୱାର୍ଥ, ସମାନୁପାତିକ ପ୍ରତିନିଧିତ୍ୱ, ଗୌରବ ଅକ୍ଷୁଣ୍ଣ ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ୱ ହାର କମିବା ଜାତୀୟସ୍ତରରେ କ୍ଷତି ପହଂଚାଇବ।-ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ରୁ ୩.୪%କୁ କମିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଂଟ ୫ କ୍ଷତି ସହିବାକୁ ହେବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁ ନି। ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ୱେ ଓଡ଼ିଶାକୁ ଦଣ୍ଡିତ କରାନଯାଉ।କେନ୍ଦ୍ରୀୟ ରାଜସ୍ୱକୁ ବଡ଼ ଅବଦାନ ସତ୍ୱେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି। ଯଦି ଓଡ଼ିଶାର ପ୍ରତିନିଧିତ୍ୱ କମୁନି ତାହେଲେ ସଂଶୋଧନକୁ ସମର୍ଥନ ଉଚିତ। କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ୱର ଉଠାଇବାକୁ ନବୀନ ସମସ୍ତ ସାଂସଦଙ୍କୁ ଆହ୍ୱାନ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା