ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା : ଅନୁଗୁଳ ଜିଲ୍ଲାର ବଅଁରପାଳରେ ସର୍ବାଧିକ ୧୧.୪ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୬ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଅନୁଗୁଳ ଜିଲ୍ଲାର ବଅଁରପାଳରେ ସର୍ବାଧିକ ୧୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନୟାଗଡ଼ ଜିଲ୍ଲାର ଭାପୁରରେ ୧୧.୩ ମି.ମି., ଢ଼େଙ୍କାନାଳ ଜିଲ୍ଲାର ପର୍ଜଙ୍ଗରେ ୧୦.୦ ମି.ମି.,
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା : ଅନୁଗୁଳ ଜିଲ୍ଲାର ବଅଁରପାଳରେ ସର୍ବାଧିକ ୧୧.୪ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୬ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଅନୁଗୁଳ ଜିଲ୍ଲାର ବଅଁରପାଳରେ ସର୍ବାଧିକ ୧୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ନୟାଗଡ଼ ଜିଲ୍ଲାର ଭାପୁରରେ ୧୧.୩ ମି.ମି., ଢ଼େଙ୍କାନାଳ ଜିଲ୍ଲାର ପର୍ଜଙ୍ଗରେ ୧୦.୦ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୮.୮ ମି.ମି., ଅନୁଗୁଳ ଜିଲ୍ଲାର ତାଳଚେରରେ ୮.୦ ମି.ମି., ନୟାଗଡ଼ ଜିଲ୍ଲାର ନୂଆଗାଁରେ ୬.୪ ମି.ମି., ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୫.୦ ମି.ମି., ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୪.୦ ମି.ମି., ଦଶପଲ୍ଲାରେ ୩.୭ ମି.ମି., ଗଣିଆରେ ୩.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୨.୧ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ରଣପୁରରେ ୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande