ଲାଞ୍ଚ ମାମଲାରେ ନୂଆପଡ଼ାର ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ, ୮୦ ହଜାର ଟଙ୍କା ଜରିମାନା
ନୂଆପଡ଼ା, ୧୬ ଏପ୍ରିଲ (ହି.ସ.)- ଆଜି ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସ କୋର୍ଟ, ଭବାନୀପାଟଣାଙ୍କ ଦ୍ୱାରା ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ ସ୍ଥିତ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ (ଅବସରପ୍ରାପ୍ତ) ଶରତ କୁମାର ପାଣିଗ୍ରାହୀ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ
Lancha mamala re jail


ନୂଆପଡ଼ା, ୧୬ ଏପ୍ରିଲ (ହି.ସ.)- ଆଜି ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସ କୋର୍ଟ, ଭବାନୀପାଟଣାଙ୍କ ଦ୍ୱାରା ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ ସ୍ଥିତ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ (ଅବସରପ୍ରାପ୍ତ) ଶରତ କୁମାର ପାଣିଗ୍ରାହୀ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ୮୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନଂ ୩, ତା. ୦୭.୦୧.୨୦୨୧ ରେ ପିସି (ସଂଶୋଧନ) ଆଇନ, ୨୦୧୮ ର ଧାରା ୭(ଏ) ଅନୁଯାୟୀ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ସେ ୨୦୦ ଜଣ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ଜଣେ ପ୍ରଶିକ୍ଷକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପାଣିଗ୍ରାହୀଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ କର୍ତୃପକ୍ଷଙ୍କ ନିକଟରେ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande