ଆସନ୍ତା ଏପ୍ରିଲ ୨୩ରେ ଭାରତ ବନ୍ଦ
ବଲାଙ୍ଗୀର, ୧୯ ଏପ୍ରିଲ୍(ହି.ସ.) – ସ୍ଥାନୀୟ ସାମ୍ବାଦିକ ଭବନ କାର୍ଯ୍ୟାଳୟ ଠାରେ ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତଥା ଓବିସି, ଏସ୍ସି ଏସ୍ଟିି ସମନ୍ୱୟ ସମିତି ଓଡିଶା ସଭାପତି ସରୋଜ କୁମାର ମେଶ୍ୱାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ଏପ୍ରିଲ ୨୩
ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ


ବଲାଙ୍ଗୀର, ୧୯ ଏପ୍ରିଲ୍(ହି.ସ.) – ସ୍ଥାନୀୟ ସାମ୍ବାଦିକ ଭବନ କାର୍ଯ୍ୟାଳୟ ଠାରେ ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତଥା ଓବିସି, ଏସ୍ସି ଏସ୍ଟିି ସମନ୍ୱୟ ସମିତି ଓଡିଶା ସଭାପତି ସରୋଜ କୁମାର ମେଶ୍ୱାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ଏପ୍ରିଲ ୨୩ ତାରିଖରେ ଭାରତ ବନ୍ଦ ଡାକରାକୁ ସମଗ୍ର ବଲାଙ୍ଗୀର ଜିଲ୍ଲାବାସୀ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ରଖାଯାଇଛି। ମଂଚାସିନ ରାଜ୍ୟ ଓବିସି ମଂଚର ରାଜ୍ୟ କୋଷାଧ୍ୟକ୍ଷ ପରଦେଶୀ ବିଶ୍ୱାଲ ଭାରତ ବନ୍ଦ ର ଉଦ୍ଦେଶ୍ୟରେ ପ୍ରେସ ବିବୃତି ରଖି କହିଥିଲେ ଯେ ବର୍ତମାନର ଜନଗଣନା ୨୦୨୬ ର ୩୩ଟି ପ୍ରଶ୍ନର ୧୨ ନମ୍ବର ପ୍ରଶ୍ନରେ ଗୃହକର୍ତାଙ୍କ ଜାତି ଉଲ୍ଲେଖ ଅଛି। ଯାହା ଏସ୍ଟି ଏସ୍ସିି ଏବଂ ଅନ୍ୟାନ୍ୟ ବୋଲି ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁଠି ଓବିସି ବର୍ଗର ତଥ୍ୟ ସରକାର ନେବା କଥା ନେଉ ନାହାନ୍ତି ଫଳରେ ଓବିସି ଜାତି ଗଣନା ବାଟବଣା ହୋଇସାରିଛି। ଗତ ୨୦୨୫ ଏପ୍ରିଲ ୩୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଓବିସି ଜାତି ଗଣନା କରିବାକୁ ପ୍ରତିଶୃତି ଦେଇଥିଲେ ତାହା ମିଥ୍ୟା ପ୍ରମାଣିତ ହୋଇସାରିଛି। ଏଣୁ ୧୨ ନମ୍ବର ପ୍ରଶ୍ନରେ ଓବିସି ଲେଖିବା ପାଇଁ ସରକାରକୁ ନିବେଦନ କରିଛନ୍ତି ଏବଂ ସାମ୍ବାଦିକମାନଙ୍କୁ ଉଦ୍ୱୋଧନ ଅବସରରେ ଶ୍ରୀ ବିଶ୍ୱାଲ କହିଲେ ଯେ ୪ଟି ପର୍ଯ୍ୟାୟରେ ଆମେ ସରକାରକୁ ଏ ବିଷୟ ରେ ଅବଗତ କରିଛୁଁ ଏବଂ ଅନ୍ତିମ ପର୍ଯ୍ୟାୟରେ ଭାରତ ବନ୍ଦ ଡାକରା ଦେଇ ଚାପ ପକାଇବା ପାଇଁ ନିଷ୍ପତି ନେଇଛୁଁ। ଓବିସି ଏସ୍ଟିି ଏସ୍ସିଙ୍କ ସପକ୍ଷରେ କଠୋର ଆଇନ ୨୦୨୬ ଲାଗୁ କରିବା ଅନିବାର୍ଯ୍ୟ ବୋଲି ଆଇନଜିବୀ ଦିନେଶ ନାଗ ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡିଶାରେ ଓବିସି ଏସ୍ଟି ଏସ୍ସି ୯୦ ପ୍ରତିଶତ ମାତ୍ର ନିଯୁକ୍ତି ୩୦.୧୯ ପ୍ରତିଶତ ବୋଲି ଆଇନଜିବୀ ସନ୍ତନୁ ଭୋଇ କ୍ଷୋଭ ପ୍ରକାଶ କରିଥିଲେ । ଏହି ବନ୍ଦ ସମ୍ପୁର୍ଣ୍ଣ ଶାନ୍ତି ଶୃଙ୍ଖଳା ସହ କରାଯିବ। ସମସ୍ତ ଜରୁରୀ କାଳିନ ସେବା, ପରିକ୍ଷାର୍ôଥଙ୍କ ପରୀକ୍ଷା, ବିବାହ କାର୍ଯ୍ୟ ଏବଂ ସମ୍ବେଦନଶିଳ ପ୍ରସଙ୍ଗକୁ ବାଦ ଦେଇ ଚକ ଅଖ ଦୋକାନ ବଜାର ଠବ୍ କରି ଆନ୍ଦୋଳନକୁ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିବାକୁ ସମସ୍ତଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗିର ସହରରେ ଆଗାମୀ ୨୨ ତାରିଖ ଦିନ ଘୋଷଣା କରାଯିବ ବୋଲି ସଂଗଠନର ସଭାପତି ସରୋଜ କୁମାର ମେଶ୍ୱା ଏହି ପ୍ରେସ ବିବୃତିରେ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ଅନ୍ୟାନ୍ୟ ୮ଟି ବିଷୟ ଉଲ୍ଲେଖ ଅଛି ଏବଂ ଏସ୍ଟିଙ୍କୁ ମୂଳ ଅଧିବାସୀ ଭାବରେ ଗ୍ରହଣ କରିବା ସହ ଓଡିଶାରେ ଆଦିବାସୀମାନଙ୍କୁ ଅତ୍ୟାଚାର ଏବଂ ଜଙ୍ଗଲ ଜମି ରୁ ଉଚ୍ଛେଦ କରାଯାଉଥିବାରୁ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସତ୍ୟ ନାରାୟଣ ଭୋଇ ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ଜିଲ୍ଲାବାସୀଙ୍କୁ ସହଯୋଗ ଭିକ୍ଷା କରିଛନ୍ତି। ଜିଲ୍ଲା କୁଲୁତା ସମାଜ ସଭାପତି ଇଂ ବେଲାର ସିଂ ଭୋଇ, ଚାଷୀ ନେତା ମଧୁସୁଦନ କ୍ଷେତି ଏବଂ ଆନନ୍ଦ ପଧାନ ଓବିସି ମଂଚ ବଲାଙ୍ଗିର, ଦଳିତ ନେତା ପ୍ରକାଶ ହରିପାଲ, ଲଳିତ ମହାନନ୍ଦ, ସନ୍ତୋଷ ଛତ୍ରିଆ, ନବସେତୁ ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande