
କେନ୍ଦୁଝର, ୧୯ ଏପ୍ରିଲ୍ (ହି.ସ.) - ଚମ୍ପୁଆ ବ୍ଲକ କରଞ୍ଜିଆ ପଂଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଅଖଣ୍ଡ ହରିନାମ ମହାମନ୍ତ୍ର ଚବିଶ ପ୍ରହର ନାମଯଜ୍ଞ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ଗ୍ରାମର ଭକ୍ତ ଶ୍ରଦ୍ଧାଳୁ ମାନେ ନିକଟସ୍ଥ ପୋଖରୀ ଘାଟ ରୁ ଶୁଦ୍ଧ ଜଳ କଳସ ଆଣି ଘଟ ସ୍ଥାପନ କରିବା ପରେ ଅଧିବାସ, ନାମଯଜ୍ଞ ଆରମ୍ଭ କରାଯାଇଥିଲା । ପୂଜକ ଦିବ୍ୟଲୋଚନ ଶତପଥି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ସଦାନନ୍ଦ ବଘେଲ, ସନ୍ତୋଷ କୁମାର ପାଲ ବସିଥିଲେ । ପ୍ରଥମେ ତୋଲକନଣ୍ଡା ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମ ନେଇଥିଲେ । ଏହା ସହିତ ମହୁଲିଆ (ବାରିପଦା), ନହରା ବାରିପଦା, ହରିଣକ୍ଷ (ଟାଟା ), ପଦ୍ମପୁର (କେନ୍ଦୁଝର), ସରକ୍ଷସିଙ୍ଗା (ଉଖୁଣ୍ଡା) 'ର ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ନେଇଥିଲେ । ୧୮ ତାରିଖ ଶନିବାର ପୂର୍ଣ୍ଣାହୂତି ଓ ନଗର ପରିକ୍ରମା କରି ନାମ ସଂକୀର୍ତନ କୁ ଉଦଯାପିତ କରାଯାଇଥିଲା । ହରିନାମ ଅଖଣ୍ଡ ମହାମନ୍ତ୍ର ଶୁଣିବାକୁ ଦେଖିବାକୁ ଗ୍ରାମ ତଥା ଅଂଚଳରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜନତା, ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମକୁ ଜୟ ଦୁର୍ଗା ପୂଜା ଯଜ୍ଞ କମିଟି ସଦସ୍ୟ ସୁଶାନ୍ତ କୁମାର ଚୌଧୁରୀ, ରଙ୍ଗାଧର ସାହୁ, ପ୍ରସନ୍ନ କୁମାର ପୃଷ୍ଟି, ପ୍ରଫୁଲ୍ଲ ସାହୁ, ମନୋଜ ଚୌଧୁରୀ, ସୁରେନ୍ଦ୍ର ପାତ୍ର, ପ୍ରଦୀପ ମହାନ୍ତ, ମଧୁସୂଦନ ଲୋହାର, ସନ୍ତୋଷ ପାଲ, ସନ୍ତୋଷ ନାଏକ, ଶୁଭ୍ରକ୍ଷଶୁ ଦିବେଦୀ, ସଞ୍ଜୀବ ସାହୁ ଦ୍ୱାରା ପରିଚାଳିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA