ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ
ନୂଆପଡ଼ା, ୧୯ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପି.ଡବ୍ଲୁ.ଡି ଡାକ ବଙ୍ଗଳା ଠାରେ ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଆଜି ସମ୍ପନ୍ନ ହୋଇଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ଖଡ଼ିଆଳ ଯୁଡ଼ିସିଆଲ ଓକିଲ ସଂଘର ସଭାପତି ଗିରିଧାରୀ ବିଭାର ଯୋଗ ଦେଇ
Badminton association


ନୂଆପଡ଼ା, ୧୯ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପି.ଡବ୍ଲୁ.ଡି ଡାକ ବଙ୍ଗଳା ଠାରେ ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଆଜି ସମ୍ପନ୍ନ ହୋଇଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ଖଡ଼ିଆଳ ଯୁଡ଼ିସିଆଲ ଓକିଲ ସଂଘର ସଭାପତି ଗିରିଧାରୀ ବିଭାର ଯୋଗ ଦେଇଥିଲେ। ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଯୁଗ୍ମ ସଂପାଦକ ଶୈଳେନ୍ଦ୍ର କୁମାର ଚୌଧୁରୀ, ଜିଲା ପର୍ଯ୍ୟବେକ୍ଷକ ଭାବେ ଦେବବ୍ରତ ସାହୁ ଉପସ୍ଥିତ ଥିଲେ । ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଗାଇଡଲାଇନ ଅନୁଯାୟୀ ଏହି ନିର୍ବାଚନଟି ସମ୍ପନ୍ନ ହୋଇଯାଇଛି । ଏଥିରେ ଜିଲା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ଭାବେ ସନ୍ତୋଷ କୁମାର ପଟ୍ଟନାୟକ, ଉପସଭାପତି ଭାବରେ ପ୍ରସନ୍ନ କୁମାର ମହାନା, ସମ୍ପାଦକ ଭାବରେ ସୁଦିପ୍ତ କୁମାର ବିଶୋଇ, ଯୁଗ୍ମ ସମ୍ପାଦକ ଡ. ସରୋଜ୍ କୁମାର ପଣ୍ଡା ଓ ପ୍ରଭଞ୍ଜନ ସେଠୀ ଓ କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ପାଢ଼ୀ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନନ୍ଦ କୁମାର ନାଗ, ସୁଶାନ୍ତ ତାଣ୍ଡି, ନନ୍ଦଲାଲ ଅଗ୍ରୱାଲ, ରିତେଶ କୁମାର ବାବୁ, ପ୍ରକାଶ ଚନ୍ଦ୍ର ପାତ୍ର, ବନ ବିହାରୀ ବେହେରା, ଦୂର୍ବା ରଞ୍ଜନ ଖମାରୀ, ସୁମିତ୍ କୁମାର ସାହୁ ଓ ଆଲୋକ କୁମାର ରଥ ନିର୍ବାଚିତ ହୋଇଛନ୍ତି ।

ଶେଷରେ ରାଜ୍ୟ ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର ଚୌଧୁରୀ ନବନିଯୁକ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସଭାପତି ସନ୍ତୋଷ ପଟ୍ଟନାୟକ ଜିଲା ବ୍ୟାଡମିଣ୍ଟନ ଆସୋସିଏସନକୁ ଆଗକୁ ନୂତନ ଉଚ୍ଚତାକୁ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande