ଲଇକେରା ପୋଲିସ ଦ୍ୱାରା ୩୦ କେଜି ବାରାହା ମାଂସ ଜବତ, ୩ ଅଟକ, କୋଲାବିରା ବନ ବିଭାଗର ତଦନ୍ତ ଆରମ୍ଭ
ଝାରସୁଗୁଡ଼ା, ୧୯ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଫରେଷ୍ଟ ରେଞ୍ଜ ଲଇକେରା ଥାନା ଅଘରିଆ ବାଗଡିହି ନିକଟସ୍ଥ ଗେଲ ଇଣ୍ଡିଆ ଅଫିସ ନିକଟରେ ମଙ୍ଗରାମୁଣ୍ଡା ନାଳରେ ଅତର୍କିତ ଚଢ଼ଉ କରି ବାରାହା ମାଂସ ଜବତ କରିବା ସହ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି l ଗିରଫ ଅଭିଯୁକ୍ତମାନେ ହେଲେ ଅଘର
ଲଇକେରା ପୋଲିସ ଦ୍ୱାରା ୩୦ କେଜି ବାରାହା ମାଂସ ଜବତ, ୩ ଅଟକ, କୋଲାବିରା ବନ ବିଭାଗର ତଦନ୍ତ ଆରମ୍ଭ


ଝାରସୁଗୁଡ଼ା, ୧୯ ଏପ୍ରିଲ୍ (ହି.ସ.)-

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଫରେଷ୍ଟ ରେଞ୍ଜ ଲଇକେରା ଥାନା ଅଘରିଆ ବାଗଡିହି ନିକଟସ୍ଥ ଗେଲ ଇଣ୍ଡିଆ ଅଫିସ ନିକଟରେ ମଙ୍ଗରାମୁଣ୍ଡା ନାଳରେ ଅତର୍କିତ ଚଢ଼ଉ କରି ବାରାହା ମାଂସ ଜବତ କରିବା ସହ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି l ଗିରଫ ଅଭିଯୁକ୍ତମାନେ ହେଲେ ଅଘରିଆ ବାଗଡିହି ଗ୍ରାମର ବିକାଶ କିସାନ (୩୦), କିର୍ମିରା ନିକଟସ୍ଥ ମାଲୁପଡ଼ାର ଅର୍ଜୁନ ନାଏକ (୩୨) ଓ କାଙ୍କମାଲ ଗ୍ରାମର ପରମାନନ୍ଦ କାଲୋ (୫୯) l

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ୩ ଜଣଙ୍କ ସହ ଅନ୍ୟ କେତେକ ଯୁବକ କୁଲେଇମୁରା ନିକଟ ଜଙ୍ଗଲରୁ ଶୁକ୍ରବାର ରାତିରେ ଏକ ବାରାହା ଶିକାର କରି ଶନିବାର ମଙ୍ଗରକୁଣ୍ଡ ନାଳରେ ବିକ୍ରୟ ପାଇଁ ମାଂସ କାଟୁଥିଲେ l ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀ ମାନେ ହାବୁଡ଼ରେ ପଡ଼ିଥିଲେ l ପୋଲିସକୁ ଦେଖି ବହୁ ଯୁବକ ଫେରାର ହୋଇଯାଇଥିଲେ l ମାତ୍ର ପୋଲିସ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା l ପୋଲିସ ଘଟଣାସ୍ଥଳରୁ ପ୍ରାୟ ୩୦ କେଜି ବାରହା ମାଂସ, ବରାହା ର କଟା ମୁଣ୍ଡ, ୩ଟି ମୋଟର ସାଇକଲ, ୨ଟି ବଡ ଛୁରୀ ଜବତ କରିଥିଲା l ପୋଲିସ କୋଲାବିରା ବନ ବିଭାଗକୁ ସୂଚନା ଦେବା ପରେ ରେଞ୍ଜର ସୁଦାମ ଜଗଦଲାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ରମାକାନ୍ତ ନାୟକ ଥାନାକୁ ପହଞ୍ଚି ନିଜ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande