୫ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
ଖୋର୍ଦ୍ଧା, ୧୯ ଏପ୍ରିଲ୍ (ହି.ସ.)- ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗାନ୍ଧୀ ପଡ଼ିଆରେ ଚଢ଼ଉ କରି ୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଶାଗୁଆନ ବଗିଚାର ରଶ୍ମି ରଞ୍ଜନ ବାରିକ(୨୬), ଠେଙ୍ଗା ହାଟ ସ୍ୱପ୍
Giraf


ଖୋର୍ଦ୍ଧା, ୧୯ ଏପ୍ରିଲ୍ (ହି.ସ.)- ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗାନ୍ଧୀ ପଡ଼ିଆରେ ଚଢ଼ଉ କରି ୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଶାଗୁଆନ ବଗିଚାର ରଶ୍ମି ରଞ୍ଜନ ବାରିକ(୨୬), ଠେଙ୍ଗା ହାଟ ସ୍ୱପ୍ନେଶ୍ୱର ସାହିର ଶ୍ରୀଧର ପୃଷ୍ଟି ଆଲିଆସ ଗୁଡ଼ୁ (୨୩)। ପୋଲିସ ଏମାନଙ୍କ ଠାରୁ ୪ଟି ଖଣ୍ଡା, ଗୋଟିଏ ଆପାଚୀ ଓ ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ୍, ଦୁଇଟି ମୋବାଇଲ ଓ ନଗଦ ୨୫ ହଜାର ଟଙ୍କା ଜବତ କରି କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସଞ୍ଜୟ ନାୟକ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande