ମହିଳା ସଂରକ୍ଷଣ ବିଲ୍ ନୋଟିଫେକସନ ଦେବାକୁ ୩ ବର୍ଷ ସମୟ ଲାଗିଲା କାହିଁକି ?
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଉଠାଇଲା ସାମ୍ବିଧାନିକ ପ୍ରଶ୍ନ ଭୁବନେଶ୍ୱର , ୧୯ ଏପ୍ରିଲ (ହି.ସ.)-: ନିଜ ସପକ୍ଷରେ ସଂଖ୍ୟା ନଥାଇ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ଆଣି ନାକଚ ହେବା ଏବଂ ବିରୋଧିଙ୍କୁ ସରକାର ଦୋଷାରୋପ କରିବା ବିଷୟକୁ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତ
ମହିଳା ସଂରକ୍ଷଣ ବିଲ୍ ନୋଟିଫେକସନ ଦେବାକୁ ୩ ବର୍ଷ ସମୟ ଲାଗିଲା କାହିଁକି ?


ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଉଠାଇଲା ସାମ୍ବିଧାନିକ ପ୍ରଶ୍ନ

ଭୁବନେଶ୍ୱର , ୧୯ ଏପ୍ରିଲ (ହି.ସ.)-: ନିଜ ସପକ୍ଷରେ ସଂଖ୍ୟା ନଥାଇ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ଆଣି ନାକଚ ହେବା ଏବଂ ବିରୋଧିଙ୍କୁ ସରକାର ଦୋଷାରୋପ କରିବା ବିଷୟକୁ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମୁଖପାତ୍ର ଡ.ହମିଦ ହୁସେନଙ୍କ ସହ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ ଯୋଗଦେଇ ବିଜେପି ମହିଳା ଆରକ୍ଷଣ ବିଲକୁ କଠୋର ସମାଲୋଚନା କରିବା ସହ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି । ଭୂବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ନିଜ ବକ୍ତବ୍ୟରେ କହିଥିଲେ ଯେ, ସରକାର ୨୦୨୩ ମସିହାରେ ମହିଳା ସଂରକ୍ଷଣ ବିଲ ଆଗତ କରି ତାକୁ ପାସ କରିସାରିଛି ଏବେ କିନ୍ତୁ ପ୍ରହସନ ଚଳେଇ ପୁଣି ଥରେ ମହିଳା ସଂରକ୍ଷଣ ବିଲ ନିଜର ସଂଖ୍ୟାଗରିଷ୍ଠତା କମ୍ ଥିବା ସତ୍ତ୍ବେ ଜାଣି ମଧ୍ୟ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଚେଷ୍ଟା କରୁଛି।

ଏଆସିସି ମୁଖପାତ୍ର ଡ. ହୁସେନ ନିଜ ବକ୍ତବ୍ୟରେ କହିଥିଲେ ଯେ, ଶାସକ ବିଜେପି ସରକାର ଯେତେ ଦିନରୁ ଶାସନକୁ ଆସିଲା ସେହି ସମୟରୁ ବିକାଶ କାମକୁ ଛାଡି କେବଳ ନିଜ ପ୍ରଧାନମନ୍ତ୍ରୀ ଓ ଦଳର ବାଃବାଃ ନେବାରେ ବ୍ୟସ୍ତ ହୋଇ ରହିଛି। ମହିଳାଙ୍କୁ ସଂରକ୍ଷଣ ଦେବା ଆଳରେ ସବୁ ଦିନ କ୍ଷମତାରେ ରହିବା ପାଇଁ ବିଜେପି ଦଳକୁ ସୁହାଇବା ଭଳି ନିର୍ବାଚନ ମଣ୍ଡଳୀ ପରିସୀମା ନିର୍ଦ୍ଧାରଣ ବିଲ୍ ଲୁଚାଇ ପାସ୍ କରିନେବାକୁ ଚାହୁଁଥିଲେ । କିନ୍ତୁ ବିରୋଧିଦଳ ନେତା ମାନନୀୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମସ୍ତ ବିରୋଧି ଦଳ ଏକଜୁଟ ହୋଇ ସରକାରଙ୍କ ପ୍ରବଞ୍ଚନାପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍‌କୁ ନାକଚ କରିଥିଲେ ଏବଂ ସେଥିପାଇଁ ସଂସଦରେ ବିଲ୍ ପାରିତ ହୋଇପାରିଲା ନାହିଁ । କଂଗ୍ରେସ ଦଳ ମହିଳା ସଂରକ୍ଷଣ ବିଲ୍ ଡ. ମନମୋହନ ସିଂ ପ୍ରଧାନମନ୍ତ୍ରୀଙ୍କ ସମୟରେ ରାଜ୍ୟସଭାକୁ ଆଣି ପାରିତ କରିଥିଲେ । କିନ୍ତୁ ସଂଖ୍ୟା ନଥିବାରୁ ଲୋକସଭାରେ ବିଲ୍ ପାରିତ ହୋଇ ପାରିନଥିଲା । ବିଜେପି ସରକାର ସେପ୍ଟେମ୍ବର ମାସ ୨୦୨୩ ମସିହାରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରିଥିଲା ଏବଂ ରାଷ୍ଟ୍ରପତିଙ୍କ ମୋହର ମଧ୍ୟ ବସିଥିଲା କିନ୍ତୁ ଲାଗୁ କରିବା ପାଇଁ ନୋଟିଫିକେସନ ଦେବାକୁ ୩ ବର୍ଷ ସମୟ ଲାଗିଲା କାହିଁକି? ସରକାର ଜବାବ ଦିଅନ୍ତୁ । ସରକାର ପ୍ରକାରନ୍ତେ ମହିଳା ସଂରକ୍ଷଣ ନାମରେ “ଡିଲିମିଟେସନ ବିଲ୍‌” ଆଣିବାକୁ ଚାହୁଁଥିଲା । ଯାହା ଅସାମ୍ବିଧାନିକ ଅଟେ । କାରଣ ଏହି ବିଲ୍‌ରେ ଆସାମ ଏବଂ ଜୁକାଶ୍ମିର ଜମ୍ମୁକାଶ୍ମୀର ରାଜ୍ୟର ସିଟ୍ ସଂଖ୍ୟା ବୃଦ୍ଧି କରାଯାଇନାହିଁ । ଯାହା ବିଜେପିକୁ ସୁହାଇଲା ଭଳି କାର୍ଯ୍ୟ । “ଡିଲିମିଟେସନ ବିଲ୍‌”କୁ କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ । ଏହାର ଅର୍ଥ ହେଉଛି ଦୀର୍ଘ ବର୍ଷ ଧରି ନିରଙ୍କୁଶ ଭାବରେ ବିଜେପି ଦଳ କ୍ଷମତାରେ ଆସୀନ ରହିବା ବୋଲି ଶ୍ରୀ ହୁସେନ୍ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ ।

------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande