ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚମ୍ପୁଆର ସଫଳତା
କେନ୍ଦୁଝର, ୧୯ ଏପ୍ରିଲ୍(ହି.ସ.) – ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସି.ବି.ଏସ.ଇ. ବୋର୍ଡ ଦଶମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୧୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୮ ପ୍ରତ
ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚମ୍ପୁଆର ସଫଳତା


କେନ୍ଦୁଝର, ୧୯ ଏପ୍ରିଲ୍(ହି.ସ.) – ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସି.ବି.ଏସ.ଇ. ବୋର୍ଡ ଦଶମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୧୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଉଲୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚିତା ପ୍ରଧାନ ସର୍ବୋଚ୍ଚ ୯୫ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧିକରିଛନ୍ତି। ତେବେ ୯୦ ପ୍ରତିଶତରୁ ଅଧିକ ୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲାବେଳେ ୮୦ ରୁ ୯୦ ପ୍ରତିଶତ ମଧ୍ୟରେ ୨୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୨୭ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ସଫଳତାରେ ବିଦ୍ୟାଳୟର ସଭାପତି ତଥା ନିର୍ଦ୍ଦେଶକ କେଶବ ଚନ୍ଦ୍ର ମହାନ୍ତ, ଅଧ୍ୟକ୍ଷ ରସକିନ୍ନେ ସାମେଟିଲ୍ , ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କୃତି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande