ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟ, ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୧୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟର ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବ ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ସେକ ଲିୟାକତ ଅଲ୍ଲୀଙ
ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ


କେନ୍ଦ୍ରାପଡ଼ା, ୧୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟର ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବ ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ସେକ ଲିୟାକତ ଅଲ୍ଲୀଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଟବଲ ଟୁର୍ଣ୍ଣାମେଂଟର ଆୟୋଜନ ଦ୍ୱାରା କେନ୍ଦ୍ରାପଡାର ଯୁବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ବୃଦ୍ଧି ସହ ଫୁଟବଲ ଖେଳରେ ଜିଲ୍ଲାରେ ଅନେକ ପ୍ରତିଭାବାନ କ୍ରୀଡାବୀତ ସୃଷ୍ଟି ହୋଇପାରିବେ। ସମ୍ମାନିତ ଅତିଥି ଭାବେ ଡାକ୍ତର ସାମୀ ସଲିମ ଓ କୃଷକନେତା ମହମ୍ମଦ ଅନୱାର ଅଲ୍ଲୀ ଯୋଗଦେଇ ଏହି ପ୍ରତିଯୋଗିତାର ଆୟୋଜନ ଫଳରେ କ୍ରୀଡାବିତଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ଫୁଲବାଣୀର ଜେଡି କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୩-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଝାଡଖଣ୍ଡର କୋଲହାନ ସକ୍କର ଏକାଡେମୀ କେନ୍ଦ୍ରାପଡା ୧୧ଷ୍ଟାରକୁ ଭେଟିଥିଲା। ଉପସଭାପତି ମୀର ବକ୍କାଉଲ୍ଲା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମ୍ୟାଚକୁ ରେଫରୀ ଭାବେ ଶିବାନୀ ରାଜପୁତ, ଦେବଜାନୀ ମଣ୍ଡଳ, ଉମା ବାରୋହୀ ଓ ବନ୍ଦନା ବୋଷ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଚମ୍ପିୟନ ଦଳକୁ ଚମ୍ପିଅନସ ଟ୍ରଫି ସହ ୬୧ହଜାର ଟଙ୍କା ଓ ରନର୍ସଅପ ଦଳକୁ ରନର୍ସଅପ ଟ୍ରଫି ସହ ୪୧ହଜାର ଟଙ୍କା ପ୍ରଦାନ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ମାଲ୍ଲିକ, ବାସା ଖାଁ, ମତଲୁବ ନୁରାନି ଖାନ, ସେକ ନସିରୁଦ୍ଦିନ, ସେକ ରାଜନ, ସେକ କାମିଲ, ରାକେଶ ମହାପାତ୍ର, ପ୍ରଦୀପ ବେହେରା, ସେକ ନଫିସ ଅହେମ୍ମଦ, ସେକ ସଫାତୁଲ୍ଲା, ସେକ ସିରହାନ ଅଲ୍ଲୀ, ମହମ୍ମଦ ଆୟାଜ, ମହମ୍ମଦ ଆମୀର, ଅବଦୁଲ ମଜିଜ, ମୀର ୟାସିର, ସେକ ପରୱେଜ୍ ଅହେମ୍ମଦ, ଫୁରକାନ ଖାଁ, ଟିକା ଖାନ୍, ସେକ ଅମୀର ଅହେମ୍ମଦ, କଲିମ ଖାନ୍, ନୁର ଖାନ, ସୟଦ ଅହେସାନ ଅଲ୍ଲୀ, ସିପୁନ ଖାନ, ସେକ ବୁରଖାନ, ଆଝାରୁଦ୍ଦିନ ଖାନ, ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande