କୋଲବିରା ବ୍ଲକ ଓବିସି କମିଟି ଗଠିତ
District OBC committee formed
କୋଲବିରା ବ୍ଲକ ଓବିସି କମିଟି ଗଠିତ


ଝାରସୁଗୁଡ଼ା, ୧୯ ଏପ୍ରିଲ୍ (ହି.ସ.) - କୋଲାବିରା ବ୍ଲକ ଓବିସି କମିଟି ଗଠିତ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପଛୁଆ ବର୍ଗ ଜାତି (ଓବିସି) କମିଟିର ଏକ ବୈଠକ ସମାସିଂହା ଗ୍ରାମ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓବିସି ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ନୂତନ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା । ଏ ଉପଲକ୍ଷେ କମିଟିର ବ୍ଲକ ସଂଯୋଜକ ସିର୍ଯୁ କୁମାର ଖମାରୀଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁ ଚରଣ ସାହୁ, ପୂର୍ବତନ ସରପଂଚ ତୁଲାରାମ ସେନାପତି, ଓବିସି ସଂଘର ଝିର୍ଲାପାଳି ପଂଚାୟତ ସଭାପତି ନଳୀନ ପଟେଲ, ପୋଖରାସାହ୍ଲେ ପଂଚାୟତ ସଭାପତି ପିଂଟୁ କୁମାର ସାହୁ, ଉପଦେଷ୍ଟା ଭିକାରୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସମାସିଂହା ପଂଚାୟତ ଓବିସି କମିଟି ଉପଦେଷ୍ଟା ତୁଲେଶ୍ୱର ପଟେଲ ଓ ଚେତାନନ୍ଦ ପଟେଲ ସଭା ପରିଚାଳନା କରିଥିଲେ । କୋଲାବିରା ପଂଚାୟତ ସଭାପତି ସୁକାନ୍ତ ସାହୁ, ବିହାରୀ ଲାଲ ନାଏକ, ବିନୋଦ ବିହାରୀ ନାଏକ, ମୋହନ ସାହୁ, ସୁଜିତ୍ ସାହୁ ପ୍ରମୁଖ ଓବିସି ବର୍ଗର ବିଭିନ୍ନ ସମସ୍ୟା, ସଂରକ୍ଷଣ ରେ ପାତର ଅନ୍ତର ଇତ୍ୟାଦି ଉପରେ ଅଭିଭାଷଣ ରଖିଥିଲେ । ଏଥିରେ ଶିକ୍ଷା, ଚାକିରି ତଥା ଅନ୍ୟାନ୍ୟ କ୍ଷେତ୍ର ରେ ଓବିସି ବର୍ଗ ପାଇଁ ସଂରକ୍ଷଣ ତଥା ଓବିସି ସମାଜ ର ଉନ୍ନତି, ହକ୍ ପାଇଁ ଆନ୍ଦୋଳନ କରିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ପଂଚାୟତ ର ସମସ୍ତ ଗ୍ରାମରେ ବୈଠକ କରି ସଂଗଠନକୁ ମଜବୁତ୍ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବ୍ଲକର ୯ ଟି ପଂଚାୟତ କମିଟି ଗଠନ ପାରେ ଏହି ବୈଠକ ରେ ନୂତନ ବ୍ଲକ ପରିଚାଳନା କମିଟି ଗଠନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande