ଖଡ଼ିଆଳକୁ ରେଳପଥ ସଂଯୋଗ ନେଇ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ନୂଆପଡ଼ା, ୧୯ ଏପ୍ରିଲ୍ (ହି.ସ.)- କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏକ ସଭାରେ ଉଦବୋଧନ ଦେଇ ଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ୨୬ ଗୋଟି ଜିଲ୍ଲାରେ ରେଳପଥ ସଂଯୋଗ ହୋଇଥିବା ବେଳେ ଆସନ୍ତା ଦିନରେ ସମଗ୍ର ୩୦ ଜିଲ୍ଲାକୁ ରେଳ ପଥ ନିର୍ମାଣ ଓ ସଂଯୋଗ ହେବ ବୋଲି ପ୍ରକାଶ କରିଛନ୍ତି। ନୂଆପଡ଼ା ରେଳ
Khariar railway line


ନୂଆପଡ଼ା, ୧୯ ଏପ୍ରିଲ୍ (ହି.ସ.)- କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏକ ସଭାରେ ଉଦବୋଧନ ଦେଇ ଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ୨୬ ଗୋଟି ଜିଲ୍ଲାରେ ରେଳପଥ ସଂଯୋଗ ହୋଇଥିବା ବେଳେ ଆସନ୍ତା ଦିନରେ ସମଗ୍ର ୩୦ ଜିଲ୍ଲାକୁ ରେଳ ପଥ ନିର୍ମାଣ ଓ ସଂଯୋଗ ହେବ ବୋଲି ପ୍ରକାଶ କରିଛନ୍ତି। ନୂଆପଡ଼ା ରେଳ ପଥ ମାତ୍ରା ସୀମାବର୍ତ୍ତୀ ଅଞ୍ଚଳରେ ୩୧ କିଲୋମିଟର ଦେଇ ଗସ୍ତ କରିଛନ୍ତି। ବର୍ତ୍ତମାନ ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପରେ ୧୫ କିଲୋମିଟର ଅତିକ୍ରମ କରିବ। କିନ୍ତୁ, ଜିଲ୍ଲାର ମୁଖ୍ୟ ସହରକୁ ସଂଯୋଗ ପାଇଁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମଧ୍ୟ ନିଜ ଅଭିଭାଷଣ ନେଇ ୫ ମିନିଟ ୩୭ ସେକେଣ୍ଡର ସମୟ ଅବଧି ମଧ୍ୟରେ କଳାହାଣ୍ଡି ସାଂସଦ କ୍ଷେତ୍ରର ୧୯ ଗୋଟି ରେଳ ପ୍ରକଳ୍ପ ଦାବୀ ଉପସ୍ଥାପନା କରିଛନ୍ତି। ନିଜ କ୍ଷେତ୍ରର ୭ ଗୋଟି ବିଧାନସଭା କ୍ଷେତ୍ରରେ ରେଳପଥ ପ୍ରକଳ୍ପ ଉପସ୍ଥାପନା କରିଛନ୍ତି। କେନ୍ଦ୍ର ଜନଜାତି ଗୌରବ କରିଡ଼ରକୁ ସମ୍ପ୍ରସାରଣ ଦାବୀ କରିଥିବା ବେଳେ ଖଡିଆଳ କୋମନା ଦେଇ ଧର୍ମଗଡରୁ ନୂଆପଡ଼ା, କଣ୍ଟାବାଞ୍ଜି ପାଟଣାଗଡ ଦେଇ ଖଡିଆଳରୁ ବଲାଙ୍ଗୀରକୁ କେନ୍ଦ୍ର ଜନଜାତି ଗୌରବ କରିଡ଼ର ସମ୍ପ୍ରସାରଣ ପାଇଁ ଦାବୀ କରିଛନ୍ତି। କେନ୍ଦ୍ର ଜନଜାତି ଗୌରବ କରିଡ଼ରକୁ ଭଦ୍ରାଚଲମ୍ ରୁ ଖଡିଆଳ ଦେଇ ବଲାଙ୍ଗୀର ଏବଂ ଭଦ୍ରାଚାଲମ୍ ରୁ ଖଡିଆଳ ଦେଇ ନୂଆପଡ଼ାକୁ ସମ୍ପ୍ରସାରଣ ପାଇଁ ଦାବୀ ଉପସ୍ଥାପନା କରିଛନ୍ତି। କେନ୍ଦ୍ର ଜନଜାତି ଗୌରବ କରିଡର୍ ପୂର୍ବରୁ ୪୧୧ କିଲୋମିଟର ଥିବାବେଳେ ଏହାକୁ ମାତ୍ର ୨୦୫ କିଲୋମିଟର ସମ୍ପ୍ରସାରଣ କରିବାକୁ ଦାବି କରିଛନ୍ତି। ୬୧୬ କିଲୋମିଟର ରେଳ ପ୍ରକଳ୍ପ ନିର୍ମାଣ ହେବ। କଳାହାଣ୍ଡି ସାଂସଦ ମାଳବିକା ଦେବୀ ନିଜ ସାଂସଦିୟ କ୍ଷେତ୍ରକୁ ଅନୁଧ୍ୟାନ କରି ନୂଆପଡ଼ା, ଖଡିଆଳ, ଧର୍ମଗଡ, ଜୁନାଗଡ, ଭବାନୀପାଟଣା, ନର୍ଲା, ଲାଞ୍ଜିଗଡ଼ରେ ରେଳ ପ୍ରକଳ୍ପ ସ୍ଥାପନ ପାଇଁ ଅନେକ ଦାବୀ ଉପସ୍ଥାପନା କରିଛନ୍ତି। କଳାହାଣ୍ଡି ସାଂସଦିୟ କ୍ଷେତ୍ରର ଖଡିଆଳ ବିଧାନସଭା ଅଞ୍ଚଳରେ ରେଳ ପ୍ରକଳ୍ପ ନାହିଁ କହିଲେ ଚଳେ। ଖଡିଆଳକୁ ରେଳ ପ୍ରକଳ୍ପରେ ସାମିଲ କରିବା ତାଙ୍କ ପ୍ରାଥମିକତା ଥିବାବେଳେ ଏହି ରେଳପଥ ନିର୍ମାଣ ହେଲେ ସମସ୍ତ ବିଧାନସଭା କ୍ଷେତ୍ର ରେଳପଥରେ ସଂଯୋଗ ହେବ। ଖଡିଆଳ ଅଞ୍ଚଳ ସହ କଳାହାଣ୍ଡି ବାସୀ, ବଲାଙ୍ଗୀର ସାଂସଦ କ୍ଷେତ୍ରର ମଧ୍ୟ ରେଲ ପରିଯୋଜନା ନେଇ ଅନେକ ସାଧୁବାଦ ଜଣାଇଛନ୍ତି। ପବିତ୍ର ଗୃହରେ ୨୨୦ ଜଣ ସାଂସଦଙ୍କ ଅଭିଭାଷଣ ଏବଂ ଦାବୀ ଉପସ୍ଥାପନା ପାଇଁ ସୁଯୋଗ ଦେଇଥିଲେ।

କଳାହାଣ୍ଡି ସାଂସଦ ମାଳବିକା ଦେବୀ ମଧ୍ୟ ନିଜ ଅଭିଭାଷଣ ନେଇ ୫ ମିନିଟ ୩୭ ସେକେଣ୍ଡର ଅଳ୍ପ ସମୟ ଅବଧି ମଧ୍ୟରେ କଳାହାଣ୍ଡି ସାଂସଦିୟ କ୍ଷେତ୍ରର ୧୯ ଗୋଟି ରେଳ ପ୍ରକଳ୍ପ ଦାବୀ ଉପସ୍ଥାପନା କରିଛନ୍ତି। ନିଜ କ୍ଷେତ୍ରର ୭ ଗୋଟି ବିଧାନସଭା କ୍ଷେତ୍ରରେ ରେଳପଥ ପ୍ରକଳ୍ପ ଉପସ୍ଥାପନା କରିଛନ୍ତି। କେନ୍ଦ୍ର ଜନଜାତି ଗୌରବ କରିଡ଼ରକୁ ସମ୍ପ୍ରସାରଣ ଦାବୀ କରିଥିବା ବେଳେ ଖଡିଆଳ କୋମନା ଦେଇ ଧର୍ମଗଡରୁ ନୂଆପଡ଼ା ଏବଂ କଣ୍ଟାବାଞ୍ଜି ପାଟଣାଗଡ ଦେଇ ଖଡିଆଳରୁ ବଲାଙ୍ଗୀରକୁ କେନ୍ଦ୍ର ଜନଜାତି ଗୌରବ କରିଡ଼ର ସମ୍ପ୍ରସାରଣ ପାଇଁ ଦାବୀ କରିଛନ୍ତି। କେନ୍ଦ୍ର ଜନଜାତି ଗୌରବ କରିଡ଼ର କୁ ଭାଦ୍ରାଚଲମ୍ ରୁ ଖଡିଆଳ ଦେଇ ବଲାଙ୍ଗୀର ଏବଂ ଭଦ୍ରାଚାଲମ୍ ରୁ ଖାଡିଆଳ ଦେଇ ନୂଆପଡ଼ା କୁ ସମ୍ପ୍ରସାରଣ ପାଇଁ ଦାବୀ ଉପସ୍ଥାପନା କରିଛନ୍ତି। ଭଦ୍ରାଚଳମରୁ ଜୁନାଗଡକୁ ୪୧୧ କିଲୋମିଟର ଥିବା ବେଳେ ଧର୍ମଗଡରୁ ଖଡିଆଳ ଦେଇ ନୂଆପଡ଼ାକୁ ୧୧୦ କିଲୋମିଟର ଏବଂ ଖଡିଆଳ ଠାରୁ ବଲାଙ୍ଗୀରକୁ ୯୫ କିଲୋମିଟର ରେଳପଥ ନିର୍ମାଣ ପାଇଁ ଦାବୀ ଉପସ୍ଥାପନା କରିଛନ୍ତି। ଯାହାକି ରେଳ ଇତିହାସରେ ଏହି ଜନଜାତି କରିଡର୍ ଦେଶର ଦ୍ୱିତୀୟ ବୃହତ୍ ରେଲ ପରିଯୋଜନା ଅଟେ। ଏହି ରେଳ ପ୍ରକଳ୍ପ ତିନି ଗୋଟି ରାଜ୍ୟକୁ ସିଧାସଳଖ ସଂଯୋଗ କରିବ। ଓଡ଼ିଶା ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରିବ। ଅର୍ଥନୀତିକ, ରାଜନୀତି, ସାମାଜିକ, ବାଣିଜ୍ୟ କ୍ଷେତ୍ରରେ ବିକଶିତ ଭାରତ ବିକଶିତ ଓଡ଼ିଶାକୁ ସାଫଲ୍ୟମଣ୍ଡିତ କରିବ। ଖଡିଆଳ ଅଞ୍ଚଳ ସହ କଳାହାଣ୍ଡି ବାସୀ, ବଲାଙ୍ଗୀର ଲୋକସଭା କ୍ଷେତ୍ରର ସମସ୍ତ ଅଞ୍ଚଳ ବହୁ ପ୍ରତୀକ୍ଷିତ ଦାବୀ ଅଟେ। କେନ୍ଦ୍ର ଜନଜାତି ଗୌରବ କରିଡର୍ ରେଲ ପରିଯୋଜନା ଭାରତ ସରକାରଙ୍କ ବିଭିନ୍ନ କ୍ଷେତ୍ରର ଜୀବନ ରେଖା ପାଲଟିବ ବୋଲି ଖଡ଼ିଆଳ ବିକାଶ ମଞ୍ଚ ସମ୍ପାଦକ ତପନ ଦାସ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ମାନେ ମଧ୍ୟ ଏହି ରେଳ ପ୍ରକଳ୍ପକୁ ଗୁରୁତ୍ୱ ସହ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରୂପେ ନିର୍ମାଣ କରିବା ପାଇଁ ଆହ୍ୱାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande