ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବୈଶାଖୀ ସାହିତ୍ୟ ଆସର
ବ୍ରହ୍ମପୁର, ୧୯ ଏପ୍ରିଲ୍ (ହି.ସ.)- ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବୈଶାଖୀ ସାହିତ୍ୟ ଆସର ଅବସରରେ କବି ଲେଖକ ମାନେ ହିଁ ଆମ ଭାଷା ସାହିତ୍ୟ ଓ ଅସ୍ମିତାର ଯଥାର୍ଥରେ ଉତ୍ତର ଦାୟାଦ ଓ ଅଗ୍ରଦୂତ ଏବଂ ସେମାନଙ୍କ ନିଷ୍ଠାପର
ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବୈଶାଖୀ ସାହିତ୍ୟ ଆସର


ବ୍ରହ୍ମପୁର, ୧୯ ଏପ୍ରିଲ୍ (ହି.ସ.)- ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବୈଶାଖୀ ସାହିତ୍ୟ ଆସର ଅବସରରେ କବି ଲେଖକ ମାନେ ହିଁ ଆମ ଭାଷା ସାହିତ୍ୟ ଓ ଅସ୍ମିତାର ଯଥାର୍ଥରେ ଉତ୍ତର ଦାୟାଦ ଓ ଅଗ୍ରଦୂତ ଏବଂ ସେମାନଙ୍କ ନିଷ୍ଠାପର ସାରସ୍ଵତ ସାଧନା ଭାଷା, ସାହିତ୍ୟ, କଳା, ସଂସ୍କୃତି ସର୍ବୋପରି ଆମ ସମାଜକୁ ମାର୍ଜିତ ଓ ସମୃଦ୍ଧ କରିଥାଏ ବୋଲି ମଞ୍ଚାସୀନ ଅତିଥି ମତବ୍ୟକ୍ତ କରିଥିଲେ। ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ଆସରରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର କବି ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ହାରିତସ ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଆରତୀ ଶତପଥୀ ଏବଂ ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ର ସମ୍ମୁଖରେ ଧୂପ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ମନ୍ତ୍ର ପାଠ କରିବା ସହ କବୟିତ୍ରୀ ଶ୍ରୀମତୀ ମନୋରମା ଦାଶଙ୍କ ରଚିତ ଭଜନ ପରିବେଷଣ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପଲ୍ଲବ ଅତିଥି ଆବାହନ କରି ଆଲୋଚନା ପ୍ରସଙ୍ଗରେ ସୂଚନା ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ସାହିତ୍ୟିକ ଶିକ୍ଷାବିତ ଡ଼. ମହାନ୍ତି ଆମ ଭାଷା ଭିତ୍ତିକ ରାଜ୍ୟ ଗଠନରେ ବରେଣ୍ୟ ବରପୁତ୍ର ମାନଙ୍କର ଅବଦାନ ଏବଂ ଆମ ଭାଷାର ଶାସ୍ତ୍ରୀୟ ମାନ୍ୟତାରେ ସେମାନଙ୍କ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ମାଳି ସ୍ବାଗତ ଭାଷଣ ପ୍ରଦାନ କବି କବୟିତ୍ରୀ ମାନଙ୍କ ନିଷ୍ଠାପର ସାହିତ୍ୟ ସାଧନା ଏବଂ ଆମ ଅସ୍ମିତାର ସୁରକ୍ଷାରେ ସାରସ୍ଵତ ସଂଗଠନ ଗୁଡ଼ିକର ମଧ୍ୟ ଅବଦାନ ରହିଛି ବୋଲି ମତପ୍ରକାଶ କରିଥିଲେ। ଲେଖିକା ସାଧାରଣ ସମ୍ପାଦିକା କବୟିତ୍ରୀ ଶ୍ରୀମତୀ ଆରତୀ ଶତପଥୀ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ପଠିତ କବିତା ଗୁଡ଼ିକ ର ସଂଯୋଜନା ସହ ବିଶିଷ୍ଟ କବି ପଦ୍ମଚରଣ ପଟ୍ଟନାୟକଙ୍କ ରଚିତ ବୈଶାଖ କବିତା ଆବୃତ୍ତି କରିଥିଲେ।

ଅନୁଷ୍ଠିତ ସାହିତ୍ୟ ଆସର କବିତା ପାଠୋତ୍ସବ ଅବସରରେ ବିରୁପାକ୍ଷ ଦାଶ, ଭିକାରୀ ଚରଣ ମହାପାତ୍ର, ଇଂ. ଆଶୁତୋଷ ପାତ୍ର, ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର, ବଂଶୀଧର ସେଠୀ, ହାଡ଼ିବନ୍ଧୁ ମାଳି, ଡଃ. ଗୋବିନ୍ଦ ବେହେରା ପ୍ରମୁଖଙ୍କ ସମେତ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଉପସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମହଲା, ଉପଦେଷ୍ଟା ଡ଼. ସୂଚନା ପାଢୀ ଏବଂ ସମ୍ପାଦିକା ଶ୍ରୀମତୀ ଜ୍ୟୋତ୍ସ୍ନା ମୟୀ ପ୍ରଧାନ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। କବି ବଂଶୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande