ମନୋରମା ପବ୍ଲିକ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, ୧୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ବ୍ଲକ ଅଧିନ ବାରୋ ସ୍ଥିତ ଜିଲ୍ଲାର ଅନ୍ୟତମ ଘରୋଇ ଶିକ୍ଷାନୁଷ୍ଠାନ ମନୋରମା ପବ୍ଲିକ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁ
ମନୋରମା ପବ୍ଲିକ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା, ୧୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ବ୍ଲକ ଅଧିନ ବାରୋ ସ୍ଥିତ ଜିଲ୍ଲାର ଅନ୍ୟତମ ଘରୋଇ ଶିକ୍ଷାନୁଷ୍ଠାନ ମନୋରମା ପବ୍ଲିକ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉପସ୍ଥିତ ଛାତ୍ର, ଅଭିଭାବକ ଓ ଅଭିଭାବିକାମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାର ଉପଯୁକ୍ତ ବିକାଶ ପାଇଁ ସେମାନଙ୍କୁ ଅଧିକ ପଠନଶୀଳ ଓ ମନୋନଶୀଳ ହେବାକୁ ଉତ୍ସାହିତ କରିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ। ଶୃଙ୍ଖଳା, ଚରିତ୍ର ଗଠନ ଓ ଅଧ୍ୟୟନଶୀଳ ହେବା ପାଇଁ ନମ୍ର ହେବା ସହ ଗୁରୁଜନ ଓ ପିତା ମାତାଙ୍କ ପ୍ରତି ଭକ୍ତିଭାବ ପୋଷଣ କରିବା ସେମାନଙ୍କୁ ଶିକ୍ଷା ଦେବା ଦରକାର ବୋଲି ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଚିନ୍ମୟୀ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍କୁଲର ପୂର୍ବତନ ଅଧ୍ୟକ୍ଷ ତଥା ସମାଜସେବୀ କାଙ୍ଗାଳୀ ଚରଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଆଳି କଲେଜର ଓଡିଆ ଅଧ୍ୟାପକ ମାନସ ରଂଜନ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଦିଲିପ କୁମାର ଦାସଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇ ଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବାର୍ଷିକ ଉତ୍ସବ ପରିଚାଳନା ରେ ସହାୟତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ଜେନା ମଂଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କର୍ଣ୍ଣବଧ ନାଟକ ପରିବେଷଣ କରା ଯାଇଥିଲା। ଏହି ଅବସର ରେ ଅଭିଭାବିକାମାନଙ୍କ ମଧ୍ୟରେ ହୁଳହୁଳି ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରା ଯାଇଥିଲା। ବାର୍ଷିକକ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande