ଶିବସେନା କ୍ଲବ ପକ୍ଷରୁ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ
କେନ୍ଦ୍ରାପଡ଼ା, ୧୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ସହର ସର୍ବପୁରାତନ କ୍ଲବ ସୁପରିଚିତ ଶ୍ରୀ ଶ୍ରୀ ଶିବସେନା କ୍ଲବ ଆନୁକୂଲ୍ୟରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ୧୬ ଗୋଟି କ୍ରିକେଟ ଟିମ୍ ମଧ୍ୟରେ ଏକ ରାତ୍ର କାଳିନ ଗ୍ରାଉଣ୍ଡ ଶର୍ଟ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି ଓ ଟିମ୍ଗୁଡିକ ପରସ୍ପର
---------------   ଶିବସେନା କ୍ଲବ ପକ୍ଷରୁ ରାତ୍ର କାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ


କେନ୍ଦ୍ରାପଡ଼ା, ୧୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ସହର ସର୍ବପୁରାତନ କ୍ଲବ ସୁପରିଚିତ ଶ୍ରୀ ଶ୍ରୀ ଶିବସେନା କ୍ଲବ ଆନୁକୂଲ୍ୟରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ୧୬ ଗୋଟି କ୍ରିକେଟ ଟିମ୍ ମଧ୍ୟରେ ଏକ ରାତ୍ର କାଳିନ ଗ୍ରାଉଣ୍ଡ ଶର୍ଟ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି ଓ ଟିମ୍ଗୁଡିକ ପରସ୍ପର ମଧ୍ୟରେ ଆଠଟି ଲିଗ ମ୍ୟାଚ ଖେଳିଥିଲେ, ଫାଇନାଲ ମ୍ୟାଚକୁ ଜଗସିଂହପୁର ନୂଆ ପୋଖରୀ ଏକାଦଶ ଏବଂ କେନ୍ଦ୍ରାପଡ଼ା ବାଲାବାବା ଏକାଦଶ ଉତୀର୍ଣ୍ଣ ହୋଇଥିଲେ ଓ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିବା ବେଳେ ବାଜିମାରିନେଇଥିଲା ଜଗସିଂହପୁର ନୂଆ ପୋଖରୀ ଏକାଦଶ ଓ ଶିବସେନା କ୍ଲବ ପକ୍ଷରୁ ନଗଦ ୨୦,୦୦୦ ଟଙ୍କା ବିଜେତା ଟିମ୍କୁ ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ବାଲାବାବା ଏକାଦଶକୁ ୧୫,୦୦୦ ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିଲା ଓ ଟୁର୍ଣ୍ଣାମେଂଟରେ ଭଲ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ବାବୁଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା ଓ ଏହି ଟୁର୍ଣ୍ଣାମେଂଟରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ପଟ୍ଟାମୁଣ୍ଡାଇରୁ ଆସିଥିବା ଡ୍ୟାନସିଂହ ଅମ୍ପପେୟାର ତାଙ୍କର ବ୍ୟଙ୍ଗାତ୍ମକ ନୃତ୍ୟ ଏବଂ ବ୍ୟଙ୍ଗାତ୍ମକ ଇଙ୍ଗିତ ଯାହା ଖେଳରେ ରୋମାଂଚ ବଢାଇବା ସହ ଖେଳ ଦେଖୁଥିବା ଦର୍ଶକମାନଙ୍କୁ ପଡିଆରେ ବାନ୍ଧି ରଖିଥିଲା ଓ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ବିଜେଡି ଯୁବ ନେତା ରାଜେଶ ଦାସ, କାଉନ୍ସିଲର ଉମେଶ ନାୟକ, ଚୌଧୁରୀ ସୁକୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ଓ କ୍ରିକେଟ ଏକ ଏହିପରି ଖେଳ ଯାହା ପରସ୍ପର ମଧ୍ୟରେ ଥିବା ଦୂରତାକୁ କମ କରିବା ସହ ପରସ୍ପର ପ୍ରତି ସଂମ୍ମାନ ବଢ଼ାଇ ଥାଏ ଓ ଏହି ଟୁର୍ଣ୍ଣାମେଂଟ ଆୟୋଜକ ଶିବସେନା କ୍ଲବ ସଭାପତି ଭୁବନ ମୋହନ ଦାସ, ସମ୍ପାଦକ ପ୍ରତାପ କୁମାର ମହାନ୍ତି, ନିରାକାର ଲେଙ୍କା, ପ୍ରମୁଖ ଖେଳକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande