ରେଳ ଫାଟକ ମୁନସି ନଗର ନିକଟରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ
ବଲାଙ୍ଗିର 9 ଏପ୍ରିଲ୍ (ହି.ସ.) ରେଲୱେ ଫାଟକ ମୁନସିନଗର ନିକଟରେ ଆଜି ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଇଛି । ମୃତକ ଜଣକ ହେଲେ ଜନାର୍ଦ୍ଦନ ଦେବତା(୫୪) । ସେ ଖୁଜେନପାଲି ମୁନସିନଗରର ବୋଲି ଜଣାପଡ଼ିଛି । ସେ ରୋଷେୟା କାମ କରନ୍ତି । ଜନାର୍ଦ୍ଦନ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳ
ରେଳ ଫାଟକ ମୁନସି ନଗର ନିକଟରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ


ବଲାଙ୍ଗିର 9 ଏପ୍ରିଲ୍ (ହି.ସ.)

ରେଲୱେ ଫାଟକ ମୁନସିନଗର ନିକଟରେ ଆଜି ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଇଛି । ମୃତକ ଜଣକ ହେଲେ ଜନାର୍ଦ୍ଦନ ଦେବତା(୫୪) । ସେ ଖୁଜେନପାଲି ମୁନସିନଗରର ବୋଲି ଜଣାପଡ଼ିଛି । ସେ ରୋଷେୟା କାମ କରନ୍ତି । ଜନାର୍ଦ୍ଦନ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ହାତରେ ଏକ ଗାମୁଛା ଧରିଥିବା ଦେଖାଦେଇଛି । ଏକ ମାଲ୍ ବୋଝେଇ ଟ୍ରେନ୍ ପୂର୍ବାହ୍ନରେ ଆସୁଥିବା ବେଳେ ଜନାର୍ଦ୍ଦନ ଟ୍ରାକ୍ ଉପରେ ଛିଡ଼ା ହୋଇଥିଲେ । ଏହି ସମୟରେ ଟ୍ରେନ୍ଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଛି । ଘଟଣାସ୍ଥଳରେ ଆର୍ପିଏଫ୍ ପୋଲିସ ଓ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande