
ଜୟପୁର, ୧୮ ଏପ୍ରିଲ୍ (ହି.ସ.)- ରୋଟାରି କ୍ଲବ ଜୟପୁର ପ୍ରାଇଡର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆଜି ଜୟପୁର ସୌରାଗୁଡା ସ୍ଥିତ ନମ୍ରତା ଚକ୍ଷୁ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ବିଶାଖାପାଟଣାର ଡାକ୍ତର ରାମାରାଓ ହସିପଟାଲର ୫ ଜଣ କାନ, ନାକ ଗଳା ବିଶେଷଜ୍ଞ ଡାକ୍ତର ଅଣ୍ଣପୁଣ୍ଣା ରାଓ, ଅସ୍ଥି ଶଲ୍ୟ ବିଶେଷଜ୍ଞ ୱାଇ ସୁରେନ୍ଦ୍ର, ଗ୍ୟଷ୍ଟୋର ଲୋଜିଷ୍ଟ ଡାକ୍ତର ଶିବ କୁମାର ବୁରା, ମଧୁମେହ ବିଶେଷଜ୍ଞ ଡାକ୍ତର ଚୈତନ୍ୟ ମୁର୍ତି, ସ୍ତ୍ରୀ ରୋଗ ବିଶେଷଜ୍ଞ ଆର ଶେଷା କୁମାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ୧୫୧ ଜଣ ରୋଗିଙ୍କ ଚିକିତ୍ସା କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ସେବା ସ୍ଥାନୀୟ ବନ୍ଧନ ବ୍ୟାଙ୍କ ଜୟପୁର ଶାଖାର କର୍ମଚାରିଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଲବର ପ୍ରାଇଡ ଜୟପୁରର ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ରବି ନାରାୟଣ ନନ୍ଦ, ଜୋନାଲ ଚେୟାର ରାମ ନାଥ ସାହୁ, ଜି ଭି ରାଓ, ପ୍ରଦିପ ସାହୁ, ନରେଶ ମହାକୁଳ, କାଳୁ ରାମ ପଣ୍ଡା, ସଞ୍ଜିବ ମିଶ୍ର, ସ୍ନେହିତ ମିଶ୍ର, ଜ୍ୟୋତି ଭୋଇ, ବିକ୍ରମ ସାହୁ, ମୁରଲିଧର ସାବତ, ରତ୍ନାକର ଚୌଧୁରି, ଜୟସ ରାଠୋଡ ଏବଂ ରୋଟାରି କ୍ଲବର ଇନର ହୁଇଲରର କର୍ମକର୍ତା ସି ସାବିତ୍ରି, କିରଣ ବାଳା ଶତପଥି, ବର୍ଷା ବଣ୍ଣାଳି ପ୍ରମୁଖ ଉପସ୍ଥିତ ଏହି ଶିବିରରେ ସହ ଯୋଗଦେଇଥିଲେ । ଶେଷରେ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି