ସମ୍ବଲପୁର ସଂଗ୍ରହାଳୟକୁ ଆସିଲା ପ୍ରାଗ୍ ଐତିହାସିକ ଯୁଗର ଅସ୍ତ୍ର ଓ ଉପକରଣ
ସମ୍ବଲପୁର, ୧୯ ଏପ୍ରିଲ୍ (ହି.ସ.)- ସମ୍ବଲପୁର ଚାପ୍ଟର ଇନଟାକ୍ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟରେ ଆବାହକ ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆଜି ଆୟୋଜିତ ବିଶ୍ବ ଐତିହ୍ୟ ଦିବସ ଅବସରରେ ସଂଗ୍ରହାଳୟକୁ ପ୍ରାଗ୍ ଐତିହାସିକ ଯୁଗର ଅସ୍ତ୍ର ଓ ଉପକରଣ ପ୍ରଦାନ କରାଯାଇଛି । ଏଥିସହିତ ବରପାଲିର
ସମ୍ବଲପୁର ସଂଗ୍ରହାଳୟକୁ ଆସିଲା ପ୍ରାଗ୍ ଐତିହାସିକ ଯୁଗର ଅସ୍ତ୍ର ଓ ଉପକରଣ


ସମ୍ବଲପୁର ସଂଗ୍ରହାଳୟକୁ ଆସିଲା ପ୍ରାଗ୍ ଐତିହାସିକ ଯୁଗର ଅସ୍ତ୍ର ଓ ଉପକରଣ


ସମ୍ବଲପୁର ସଂଗ୍ରହାଳୟକୁ ଆସିଲା ପ୍ରାଗ୍ ଐତିହାସିକ ଯୁଗର ଅସ୍ତ୍ର ଓ ଉପକରଣ


ସମ୍ବଲପୁର, ୧୯ ଏପ୍ରିଲ୍ (ହି.ସ.)-

ସମ୍ବଲପୁର ଚାପ୍ଟର ଇନଟାକ୍ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟରେ ଆବାହକ ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆଜି ଆୟୋଜିତ ବିଶ୍ବ ଐତିହ୍ୟ ଦିବସ ଅବସରରେ ସଂଗ୍ରହାଳୟକୁ ପ୍ରାଗ୍ ଐତିହାସିକ ଯୁଗର ଅସ୍ତ୍ର ଓ ଉପକରଣ ପ୍ରଦାନ କରାଯାଇଛି । ଏଥିସହିତ ବରପାଲିର କିଛି ଟେରାକୋଟା ସାମଗ୍ରୀ ଆଜି ସଂଗ୍ରହାଳୟରେ ସଂଯୁକ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ଅଧ୍ଯାପକ ଡଃ. ଅତୁଲ କୁମାର ପ୍ରଧାନ ବିଶ୍ୱ ଐତିହ୍ୟ ଦିବସର ତାତ୍ପର୍ଯ୍ୟ ତଥା ସ୍ଥାନୀୟ ଅଞ୍ଚଳ ପରିପ୍ରେକ୍ଷୀରେ ଏହାର ମହତ୍ତ୍ୱ ସମ୍ପର୍କରେ କହିଥିଲେ ।

ଇନଟାକ୍ ର ସଦସ୍ୟ ଲେଖକ ଧୃବ ପ୍ରସାଦ ପଣ୍ଡା ଐତିହ୍ୟ ଟାଞ୍ଜିବୁଲ ଓ ଇନଟାଞ୍ଜିବୁଲ- ଦୁଇ ପ୍ରକାରର ହୋଇଥିବା ଦର୍ଶାଇ ତା'ର ବ୍ଯାଖ୍ୟା କରିଥିଲେ। ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ଦଳାଇ ଐତିହ୍ୟର ମହତ୍ତ୍ୱ, ସଂରକ୍ଷଣ ଓ ଉପଯୋଗିତା ବାବଦରେ କହିଥିଲେ ।

ସଭାପତି ଶ୍ରୀ ପଣ୍ଡା ପଶ୍ଚିମ ଓଡ଼ିଶାରେ ପ୍ରାଗ୍ ଐତିହାସିକ ଯୁଗ ଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଥିବା ସଭ୍ୟତାର ନିରନ୍ତରତା ଏବଂ ଐତିହ୍ୟର ବିବିଧତା ସମ୍ପର୍କରେ କହିଥିଲେ । ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟରେ କ'ଣ ସବୁ ରହିଛି ସେ ସମ୍ପର୍କରେ ମଧ୍ୟ ସୂଚାଇଥିଲେ। ଏଥିସହ ସଂଗ୍ରହାଳୟ ପାଇଁ ଅଧିକ ସାମଗ୍ରୀ ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।

ଅଧ୍ୟାପକ ଡ. ଅତୁଲ କୁମାର ପ୍ରଧାନ ଏବଂ ଇତିହାସ ଗବେଷକ ଚୂଡା଼ମଣି ରଣା ଖ୍ରୀଷ୍ଟପୂର୍ବ ଦୁଇ ଲକ୍ଷ ବର୍ଷରୁ ଦଶ ହଜାର ବର୍ଷ ତଳର ପ୍ରସ୍ତର ଯୁଗୀୟ ଅସ୍ତ୍ର ଓ ଉପକରଣ ସଂଗ୍ରହାଳୟକୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ଏହା ବାରପାହାଡରେ ଝାଉଁ ନଦୀ ଅବବାହିକାରୁ ପ୍ରାପ୍ତ ହୋଇଛି । ଡଃ. ପ୍ରଧାନ ଓ ଶ୍ରୀ ରଣା ଘୋଷଣା କରିଛନ୍ତି ଯେ, ସେମାନେ ସଂଗ୍ରହାଳୟକୁ ଆହୁରି ଅଧିକ ପ୍ରାଗ ଐତିହାସିକ ଯୁଗୀୟ ଉପକରଣ, ତାଳପତ୍ର ପୋଥି ତଥା ଅନ୍ୟାନ୍ୟ ଜିନିଷ ଦେବେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande