
କେନ୍ଦୁଝର, ୧୯ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲା ଗାଁ ସାଥୀ ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ସ୍ଥାନୀୟ ବିଜୁପଟ୍ଟନାୟକ ଶିଶୁ ପାର୍କ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ସଂଘର ଆବାହକ ଶ୍ରୀ ମନୋଜ କୁମାର ପଟେଲ ଙ୍କ ସଂଯୋଜନା ରେ ଗାଁ ସାଥୀମେଟ ସଂଘ ହରିଚନ୍ଦନପୁରର ଉପଦେଷ୍ଟା ପ୍ରସନ୍ନ କୁମାର ନାଏକ ସଭାପତିତ୍ୱ କରିଥିଲେ। ଆସନ୍ତା ମେ ମାସ ୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନର ବିଭିନ୍ନ ଦିଗକୁ ତର୍ଜ୍ଜମା କରି ପୂର୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରାଯାଇ ଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ତେଲକୋଇ ଡାକ୍ତର ଫକୀରମୋହନ ନାଏକ ମୁଖ୍ଯବକ୍ତା ସଦର ବିଧାନସଭା ସଂଯୋଜକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତ ସମ୍ମାନିତ ଅତିଥି ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶୁକଦେବ ମହାନ୍ତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ ସରପଂଚ ଉପରଡିହା, ଘଟଗାଁ ଅର୍ଣ୍ଣପୂର୍ଣ୍ଣା ଦେହୁରୀ ଓ ଆଇନଜୀବୀ ଯତୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦାନ କରିବା ନେଇ ସହମତି ପ୍ରକାଶ କରିଥିବା ସୂଚନା ପ୍ରଦାନ କରିଛନ୍ତି। ବୈଠକ ରେ ହରିଚନ୍ଦନପୁର, ବାଂଶପାଳ, ସଦର, ଝୁମ୍ପୁରା, ଘଟଗାଁ ଓ ସାହାରପଡା ବ୍ଲକର ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମ ର ରୂପରେଖ ଉପସ୍ଥାପନ କରି ଗୃହିତ କରାଯାଇ ଥିଲା। ବୈଠକ କୁ ଶ୍ରୀ ଲକ୍ଷ୍ମଣ ମହାକୁଡ, ଜଗବନ୍ଧୁ ସର୍ଦ୍ଦାର, ରଞ୍ଜିତା ନାଏକ, ମମତା ନାଏକ, ଦମୟନ୍ତୀ ମହାନ୍ତ ,ଦୁର୍ଯ୍ୟୋଧନ ନାଏକ, ଶିବ ଚରଣ ନାୟକ, ଦୁର୍ଯ୍ୟୋଧନ ମହାପାତ୍ର ନିଳିମା ପାତ୍ର କୋମଳ ନାଏକ, ସାଧୁଚରଣ ଜୁଆଙ୍ଗ ରାଜେନ୍ଦ୍ର ପୁହାଣ ପ୍ରମୁଖ ଅନ୍ୟାନ୍ୟ ନେତୃବୃନ୍ଦ ବୈଠକ ରେ ଉପସ୍ଥିତ ରହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA