ହଜିଯାଇଥିବା ୧୧୪ ମୋବାଇଲ ଉଦ୍ଧାର
ସମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲ୍ ଫୋନଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ବେଳେ ଏକ ‘ମୋବାଇଲ୍ ହ୍ୟାଣ୍ଡଓଭର ମେଳା’ ମାଧ୍ୟମରେ ସେଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯା
ହଜିଯାଇଥିବା ୧୧୪ ମୋବାଇଲ ଉଦ୍ଧାର


ହଜିଯାଇଥିବା ୧୧୪ ମୋବାଇଲ ଉଦ୍ଧାର


ହଜିଯାଇଥିବା ୧୧୪ ମୋବାଇଲ ଉଦ୍ଧାର


ହଜିଯାଇଥିବା ୧୧୪ ମୋବାଇଲ ଉଦ୍ଧାର


ସମ୍ବଲପୁର, ୧୯, ଏପ୍ରିଲ୍ (ହି.ସ.) - ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲ୍ ଫୋନଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଏକ ‘ମୋବାଇଲ୍ ହ୍ୟାଣ୍ଡଓଭର ମେଳା’ ମାଧ୍ୟମରେ ଉଦ୍ଧାର ମୋବାଇଲ ଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ କାଗଜାତ ଯାଂଚ୍ ପରେ ହସ୍ତାନ୍ତର କରାଯାଇଛି । ପୋଲିସ ପ୍ରଶାସନର ସୂତ୍ର ଅନୁଯାୟୀ ଉଦ୍ଧାର ମୋବାଇଲ ଗୁଡ଼ିକ କୌଣସି ଚୋରି ମାମଲା ନୁହେଁ, ବିଭିନ୍ନ ସମୟରେ ଲୋକଙ୍କ ଅସାବଧାନତା ଯୋଗୁଁ ହଜିଯାଇଥିବା ମୋବାଇଲ୍ । ସେଥିପାଇଁ ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ। ସାଇବର ପୋଲିସ ଷ୍ଟେସନ ଏବଂ ବୈଷୟିକ ଟିମ୍ ସହାୟତାରେ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଅଭିଯୋଗକୁ ଆଧାର କରି ପୋଲିସକୁ ଏହି ସଫଳତା ମିଳିଛି। ସମ୍ବଲପୁର ପୋଲିସର ଏଭଳି ନିରନ୍ତର ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ଏହି ଫୋନ୍ ଗୁଡ଼ିକ ଉଦ୍ଧାର କରାଯାଇଥିବା ବେଳେ ଏଥି ମଧ୍ୟରେ ଅଇଁଠାପାଲି ଥାନା ଅଂଚଳରୁ ସର୍ବାଧିକ ୨୫ଟି, ବୁର୍ଲା ଥାନାରୁ ୧୯ଟି, ଟାଉନ୍ ଥାନାରୁ ୧୨ଟି, କୁଚିଣ୍ଡା ଥାନାରୁ ୮ଟି ଏବଂ ଧନୁପାଲି ଥାନା ଅଂଚଳରୁ ୬ଟି ମୋବାଇଲ୍ ସମେତ ଅନ୍ୟାନ୍ୟ ଥାନାରୁ ମଧ୍ୟ ଫୋନ୍ ଉଦ୍ଧାର ହୋଇଛି। ହଜିଯାଇଥିବା ଫୋନ୍ ଫେରି ପାଇବା ପରେ ମାଲିକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ସେମାନେ ସମ୍ବଲପୁର ପୁଲିସର ଏହି ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ଯେ, ଯଦି କୌଣସି ବ୍ୟକ୍ତିଙ୍କ ମୋବାଇଲ୍ ହଜିଯାଏ, ତେବେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରନ୍ତୁ । ଯଦ୍ୱାରା ଠିକ୍ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande