ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରା
ପୁରୀ, ୧୯ ଏପ୍ରିଲ୍ (ହି.ସ.) - ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଉଣେଇଶି ଦିନ ରେ ପହଂଚିଛି ଜ୍ଝପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆର
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଯୋଗ ଦେଲେ


ପୁରୀ, ୧୯ ଏପ୍ରିଲ୍ (ହି.ସ.) - ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଉଣେଇଶି ଦିନ ରେ ପହଂଚିଛି ଜ୍ଝପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା। ପଥେ ପଥେ “ଜୟ ଜଗନ୍ନାଥ” ଧ୍ୱନି ଓ ଭକ୍ତିଭାବରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ପୂର୍ବପରି ଦର୍ଶନ ବ୍ୟବସ୍ଥା ପାଇଁ ଦାବି ଜୋରଦାର ଭାବେ ଉଠିଥିଲା। ଏହି ପଦଯାତ୍ରା ପୁରୀ ସହର ଓ ସଦରବାସୀଙ୍କ ମନରେ ଥିବା ଶ୍ରୀଜଗନ୍ନାଥ ପ୍ରତି ଅତ୍ୟୁଟ ଭକ୍ତି ଓ ସ୍ୱାଭାବିକ ଅଧିକାରର ଏକ ସଂଯୁକ୍ତ ପ୍ରତୀକ ଭାବେ ପରିଣତ ହୋଇଥିଲା। ଆଜିର ଏହି ପଦଯାତ୍ରାରେ ବରିଷ୍ଠ ଅଧିବକ୍ତା ବିଜୟ ମିଶ୍ର,ହରିଶଙ୍କର ମିଶ୍ର, ବିଦୁଲତା ଆଚାର୍ଯ୍ୟ,ସରସ୍ୱତୀ ପାତ୍ର,ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର,ନୃସିଂହନାଥ ନାୟକ,,କିଶୋର ଦାସ , ପ୍ରକାଶ ଚନ୍ଦ୍ର ନାୟକ, ରାଜା ମହାନ୍ତି, ପ୍ରଦିପ୍ତ ମହାନ୍ତି, ଅରୁଣା ପଟ୍ଟନାୟକ, ପ୍ରତିଭା ନାୟକ, ସଦାଶିବ ପଣ୍ଡା, ପବିତ୍ରା ନାୟକ, ସଂନ୍ଧ୍ୟା ରାଣୀ ମିଶ୍ର, କାହୁଁ ଚରଣ ପ୍ରଧାନ, ଦେବକୀ ମା,କବିତା କିନ୍ନର, ଆଶା କିନ୍ନର, ଅମୁଲ୍ୟ ଦାସ,ଜଗନ୍ନାଥ ମହାନ୍ତି ଓ ମନୋରମ ଦାସ ପ୍ରମୁଖ ଭାଗନେଇଥିଲେ। ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଶକ୍ତିଶାଳୀ କରିଥିଲା। ପଦଯାତ୍ରାର ସଂଯୋଜନା ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଥିଲେ ଯେ, ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ଦର୍ଶନ ଅଧିକାର ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଅବିରତ ଚାଲିଥିବ। ଭକ୍ତି ଓ ଅଧିକାରର ଏହି ଯାତ୍ରା ପୁରୀ ସହର ସଦରବାସୀଙ୍କ ମନୋଭାବକୁ ଏକତ୍ର କରିବା ସହିତ ନ୍ୟାୟସଙ୍ଗତ ଦାବି ପ୍ରତି ସମର୍ଥନକୁ ଆହୁରି ମଜବୁତ କରିଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande