୧୭ ଗ୍ୟାସ ସିଲିଣ୍ଡର ଜବତ
ପୁରୀ, ୨ ଅପ୍ରେଲ (ହି.ସ.)- ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଗ୍ୟାସ ଯୋଗାଣକୁ ସୁନିୟନ୍ତ୍ରିତ କରିବା ସହ କଳାବଜାର କରୁଥିବା ଅସାଧୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଗାଣ ବିଭାଗ ତତ୍ପରତା ପ୍ରକାଶ କରିଛି। ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁଙ୍କ ତ
୧୭ ଗ୍ୟାସ ସିଲିଣ୍ଡର ଜବତ।


ପୁରୀ, ୨ ଅପ୍ରେଲ (ହି.ସ.)- ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଗ୍ୟାସ ଯୋଗାଣକୁ ସୁନିୟନ୍ତ୍ରିତ କରିବା ସହ କଳାବଜାର କରୁଥିବା ଅସାଧୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଗାଣ ବିଭାଗ ତତ୍ପରତା ପ୍ରକାଶ କରିଛି। ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁଙ୍କ ତତ୍ବାବଧାନରେ ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଆଜି ପୁରୀ ପୌରାଞ୍ଚଳ, ସଦର ବ୍ଲକ, ବ୍ରହ୍ମଗିରି ବ୍ଲକ, କଣାସ ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳରେ ଚଢ଼ଉ କରାଯାଇ ୧୭ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୫୬ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ ହୋଇଥିଲା ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande