ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ' ଓଡ଼ିଆ ପକ୍ଷ -୨୦୨୬' ପାଳନ
ଭଦ୍ରକ, ୨ ଅପ୍ରେଲ (ହି.ସ.) - ପୁରୁଣା ବଜ଼ାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ -୨୦୨୬ ସମାରୋହ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ର ଙ୍କ ସଭାପରିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହରେ ଅଧ୍ୟାପକ ଶୁକଦେବ ପଣ୍ଡା, ଅକ୍ଷୟ କୁମାର ପାଣିଗ୍ରାହୀ, ମଞ୍ଜୁଲତା ମହାପାତ୍ର, ମି
DAMODAR SANSKRUTA COLLEGE ODIA PAKHYA


ଭଦ୍ରକ, ୨ ଅପ୍ରେଲ (ହି.ସ.) - ପୁରୁଣା ବଜ଼ାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ -୨୦୨୬ ସମାରୋହ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ର ଙ୍କ ସଭାପରିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହରେ ଅଧ୍ୟାପକ ଶୁକଦେବ ପଣ୍ଡା, ଅକ୍ଷୟ କୁମାର ପାଣିଗ୍ରାହୀ, ମଞ୍ଜୁଲତା ମହାପାତ୍ର, ମିଲନ ପଣ୍ଡା ଓ ପ୍ରଭାତୀ ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଉତ୍କଳର ଐତିହ୍ୟ, ପରମ୍ପରା, ରୀତିନୀତି, ଚାଲିଚଳନ, ପର୍ବପର୍ବାଣି, ସଂସ୍କୃତି, ପିଠା ପଣା ଓ ବେଶପୋଷାକ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ପକ୍ଷ ଏପ୍ରିଲ ଏକରୁ ଆରମ୍ଭ ହୋଇ ଚଉଦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ ବୋଲି ସଂଯୋଜଳ ଘୋଷଣା କରିଛନ୍ତି । ଦ୍ୱିତୀୟ ଦିବସରେ ବେଶ ପୋଷାକ ସମ୍ପର୍କରେ ଆଲୋଚନା ଚକ୍ର ହୋଈଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ଭାଗ ନେଇ ନିଜର ଭାଷଣ ରଖିଥିଲେ । ଉକ୍ତ ସଭାକୁ ରଘୁନାଥ ନାୟକ, ଆଶୁତୋଷ ସିଂ ଓ ଗୌରାଙ୍ଗ ଦାସ ପ୍ରମୁଖ ସଂଚଳନା କରିଥିଲେ । ପରିଶେଷରେ ଅଧ୍ୟାପିକା ସ୍ୱର୍ଣଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande