ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ରକ୍ତଦାନ ଶିବିର
ଭଦ୍ରକ, ୨ ଅପ୍ରେଲ (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏନ.ଏସ. ଏସ., ଏନ. ସି. ସି., ୱାଇ.ଆର.ସି. ର ମିଳିତ ଅନୁକୁଲ୍ୟରେ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରଜତ କୁମାର ପ୍ରଧାନ ଉଦ୍ଘା
BHADRAK COLLEGE BLOOD DONATION CAMP


ଭଦ୍ରକ, ୨ ଅପ୍ରେଲ (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏନ.ଏସ. ଏସ., ଏନ. ସି. ସି., ୱାଇ.ଆର.ସି. ର ମିଳିତ ଅନୁକୁଲ୍ୟରେ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରଜତ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ ଏବଂ ଡ଼ଃ ଶୁଦର୍ଶନ ଦାସ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାଇ.ଆର.ସି. ର ସଂଯୋଜକ ଡଃ ସନାତନ ବେହେରା , ଏବଂ ଚିଦାନନ୍ଦ ଦାସ ସହଯୋଗ କରିଥିଲେ । ଏଥିରେ ଭଦ୍ରକ ଜିଲ୍ଲା ରେଡ଼ କ୍ରସ ତରଫରୁ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକାଧିକ ସ୍ୱେଛାସେବୀ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande