ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ ବୋଲି ପରିବାର ଅଭିଯୋଗ କରିଛନ୍ତି। ହଷ୍ଟେଲରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ: ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କୁ ଅଭିଯୋଗ
ଜୟପୁର, 02 ଏପ୍ରିଲ୍ (ହି.ସ.) କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ଆଶ୍ରମ ଶିକ୍ଷାଳୟରେ ଘଟିଥିବା ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ଅବାକ୍ କରିଦେଇଛି। ହଷ୍ଟେଲରେ ରହି ପଢ଼ୁଥିବା ୧୩ ବର୍ଷୀୟା ଛାତ୍ରୀ ସୁବର୍ଣ୍ଣ ଅମନାଥ୍ୟ ଅସୁସ୍ଥ ହେବା ପରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ସେ
ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ ବୋଲି ପରିବାର ଅଭିଯୋଗ କରିଛନ୍ତି।  ହଷ୍ଟେଲରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ: ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କୁ ଅଭିଯୋଗ


ଜୟପୁର, 02 ଏପ୍ରିଲ୍ (ହି.ସ.)

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ଆଶ୍ରମ ଶିକ୍ଷାଳୟରେ ଘଟିଥିବା ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ଅବାକ୍ କରିଦେଇଛି। ହଷ୍ଟେଲରେ ରହି ପଢ଼ୁଥିବା ୧୩ ବର୍ଷୀୟା ଛାତ୍ରୀ ସୁବର୍ଣ୍ଣ ଅମନାଥ୍ୟ ଅସୁସ୍ଥ ହେବା ପରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ସେ ପୋଡାପଦର ଗ୍ରାମର ଭଗବାନ ଅମନାଥ୍ୟ ଙ୍କ ଝିଅ ନିବାସିନୀ ଥିଲେ ଏବଂ ହଷ୍ଟେଲରେ ରହି ଶିକ୍ଷା ଗ୍ରହଣ କରୁଥିଲେ।

ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ସମୟରେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଏନେଇ ସ୍କୁଲ ପକ୍ଷରୁ ପରିବାରକୁ ଖବର ଦିଆଯାଇଥିଲା। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ, ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିନଥିଲେ। ପରେ ପରିବାର ଲୋକେ ନିଜେ ଆସି ଛାତ୍ରୀଙ୍କୁ ବୋରିଗୁମ୍ମା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଛାତ୍ରୀଙ୍କ ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ ବୋଲି ପରିବାର ଅଭିଯୋଗ କରିଛନ୍ତି। ଘଟଣାର ନିଷ୍ପକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande