
କନ୍ଧମାଳ, ୨ ଅପ୍ରେଲ (ହି.ସ.)- ଫୁଲବାଣୀର ପୁରାତନ ସ୍ୱେଛାସେବୀ ଅନୁଷ୍ଠାନ ନିପୀଡିତର ୪୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ସଭାଗୃହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇହଲୀଳା ସମ୍ବରଣ କରିଥିବା ନିପୀଡିତ ପରିଚାଳନା କମିଟିର ପ୍ରତିଷ୍ଠାତା ସଭ୍ୟ ସ୍ଵର୍ଗତଃ ରଘୁନାଥ ଏବଂ ଓଡିଶାର ପ୍ରତିଷ୍ଠିତ ସମାଜ ସେବୀ ସ୍ଵର୍ଗତଃ ପ୍ରମୋଦ ଦାସଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ନୀରବ ପାର୍ଥନା ଓ ଶ୍ରନ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଏହାପରେ ନିପୀଡିତର ସମ୍ପାଦକ ରାମଚନ୍ଦ୍ର ଦାଶ ଗତ ୪୩ ବର୍ଷର କାର୍ଯ୍ୟଧାରା ଓ ଭବିଷ୍ୟତ ଯୋଜନା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସମାଜସେବୀ ଓ ସାମ୍ବାଦିକ ନାରାୟଣ ସାହୁ ,ବରିଷ୍ଠ ନାଗରିକ ଅନନ୍ତ ଚରଣ ମିଶ୍ର, ନବୀନ କିଶୋର ପଣ୍ଡା, ପଦ୍ମଚରଣ ସ୍ଵାଇଁ, ବଂଶୀଧର ପଣ୍ଡା, ପୀତାମ୍ବର ମିଶ୍ର, ଅମିୟ କୁମାର ଦାଶ, ସ୍ଵାତୀ ଅନୁଷ୍ଠାନର ସମ୍ପାଦକ ହରିଶଙ୍କର ରାଉତ, ବରିଷ୍ଠ ସାମ୍ବାଦିକ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ ଅତିଥି ମାନେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।
ଆଜି ବିଶ୍ଵ ସ୍ଵପରାୟଣତା ଦିବସ ଅବସରରେ ମାନସିକ ଅନଗ୍ରସର କ୍ଷେତ୍ରରେ ସ୍ଵପରାୟଣତାର ଅବସ୍ଥା, ଲକ୍ଷଣ, ନିରାକରଣ ଓ ପ୍ରତିକାରକ ବିଷୟରେ ସଂସ୍ଥାର ସ୍ୱତନ୍ତ୍ର ଶିକ୍ଷକ ଦୀପକ କୁମାର ନାୟକ ଆଲୋକପାତ କରିଥିଲେ। ଉପସ୍ଥିତ ବକ୍ତା ମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରଯାଇଥିଲା। ଏହି ଅବସରରେ ସଂସ୍ଥାରେ ପଞ୍ଜୀକୃତ ହୋଇଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ପୋଷଣ ସାମଗ୍ରୀ ପ୍ରଦାନ କରଯାଇଥିଲା। କାର୍ଯ୍ୟକ୍ରମକୁ ନୀପିଡିତ ଅନୁଷ୍ଠାନର ସଂଯୋଜକ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିଲେ। ଫିଜିଓଥେରପିଷ୍ଟ ବି.ଆର. ଶିବମ ସୌରଭ, ସ୍ଵାଗତ ସିଂ, ଆୟୁଷ ପାଢୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶ୍ରୀମତୀ ଜ୍ୟୋତ୍ସ୍ନାର।ଣୀ ଦାଶ ସ୍ଵାଗତ କରିଥିବା ବେଳେ ସ୍ଵତନ୍ତ୍ର ଶିକ୍ଷୟତ୍ରୀ ଦିପ୍ତିମୟୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ