ଓଡିଶା ଦିବସରେ ଅକ୍ଷୟ ମହାନ୍ତି ସଙ୍ଗୀତ ଓ ନୃତ୍ୟ
କେନ୍ଦ୍ରାପଡା, ୨ ଅପ୍ରେଲ (ହି.ସ.)- ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଦ୍ଧ ମହାପୁରୁଷଙ୍କ ମଠ ପରିସରରେ ଓଡ଼ିଆ ଅସ୍ମିତାର ପ୍ରତୀକ ତଥା ଓ
ଓଡିଶା ଦିବସରେ ଅକ୍ଷୟ ମହାନ୍ତି ସଙ୍ଗୀତ ଓ ନୃତ୍ୟ


କେନ୍ଦ୍ରାପଡା, ୨ ଅପ୍ରେଲ (ହି.ସ.)- ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଦ୍ଧ ମହାପୁରୁଷଙ୍କ ମଠ ପରିସରରେ ଓଡ଼ିଆ ଅସ୍ମିତାର ପ୍ରତୀକ ତଥା ଓଡ଼ିଆ ସଙ୍ଗୀତ ଜଗତର ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ଅମ୍ଳାନ ସ୍ମୃତିରେ ଅକ୍ଷୟ ମହାନ୍ତି ସଙ୍ଗୀତ ଓ ନୃତ୍ୟ ସନ୍ଧ୍ୟା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନ ତଥା ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମ ଜୀବନ ବୀମା ନିଗମ, କଟକ ଡିଭିଜନ ସୈ।ଜନ୍ୟରୁ ସମ୍ପାଦିତ ହୋଇଥିଲା। ଅକ୍ଷୟ ମହାନ୍ତିଙ୍କ ପଟ୍ଟଶିଷ୍ୟ ବିମଳ ପରିଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ଵଭାବ କବି ଗଙ୍ଗାଧର ମେହେର, ବ୍ୟାସକବି ଫକୀର ମୋହନ ସେନାପତି ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଆରମ୍ଭରେ ରେଡ଼ିଓ ଭାବଗ୍ରାହୀ ତରଫରୁ ନିରୁପମା ଜେନା, ରୂପାଲି ସୂତାର, ଅର୍ଚ୍ଚନା ପରିଡା, ସ୍ମୃତିରେଖା ବିଶ୍ଵାଳ ବନ୍ଦେ ମାତରଂ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରି ଦେଶାତ୍ମବୋଧ ଭାବନା ସୃଷ୍ଟି କରିଥିଲେ। ପରେ ପରେ ନିରୁପମା ଜେନା ଏବଂ ବିମଳ ପରିଡା ଅକ୍ଷୟଙ୍କ ଜନପ୍ରିୟ ଭଜନ ମେଘ ମାଳାକୁ, ଶ୍ରୀକୃଷ୍ଣର ବଂଶୀ ସ୍ଵନ ଶୁଣି, ତୋତେ ଦୂରରୁ କହିବା ଭଲ ଏବଂ ଗୋ ରାଧେ ବଂଶୀଟି ଆମର ଦିଅ ଭଜନ ଗାଇ ସମସ୍ତଙ୍କୁ ବିମୋହିତ କରିଥିଲେ। ଭାବଗ୍ରାହୀ କଳା ନିକେତନର ନୃତ୍ୟ ଶିଳ୍ପୀ ସ୍ମୃତିରେଖା ବିଶ୍ଵାଳ, ପ୍ରତୀକ୍ଷା ନାୟକ, ଅଙ୍କିତା ପରିଡା, ଅଙ୍କିତା ସାହୁ, ଅର୍ପିତା ସାହୁ, ଅଭିଲିପ୍ସା ସାହୁ, ପ୍ରୀତିପ୍ରଜ୍ଞା ବିଶ୍ଵାଳ, ଶୁଭଲକ୍ଷ୍ମୀ ବିଶ୍ଵାଳ, ରତ୍ନ ମଞ୍ଜରୀ ପରିଡା, ମିଷ୍ଟି ମୋନାଲିକା ପରିଡା, ଦିବ୍ୟାଅଂଶୀ ପରିଡା, ଲୋପିତା ପଲାଇ ପ୍ରମୁଖ ଓଡ଼ିଶୀ ଏବଂ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରି ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସିଦ୍ଧ ମଠରେ ଅନୁଷ୍ଠିତ ଭାଗବତ ପାରାୟଣ ସପ୍ତାହର ଷଷ୍ଠ ସନ୍ଧ୍ୟାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଉପଭୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ପରିଡା, ମାନସ ପରିଡା, ଉତ୍ତମ ସ୍ଵାଇଁ, କେଦାର ସ୍ଵାଇଁ, ବିକାଶ ବାରିକ, ବିକ୍ରମ କେଶରୀ ପରିଡା, ପ୍ରମୋଦ କୁମାର ଲେଙ୍କା, ବାଦଲ ମଲିକ, ଅରୁଣ ପଲାଇ, ଅନାଦି ପଲାଇ, ପଦ୍ମଲୋଚନ ପଲାଇ, ଅରବିନ୍ଦ ପରିଡା, ସ୍ଥପତି ଗୈ।ରହରି ବେହେରା, ସ୍ଵର୍ଣ୍ଣକାନ୍ତ ପରିଡା , ରଞ୍ଜନ କୁମାର ପରିଡ଼ା ଏବଂ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଗ୍ରାମ ମୁରବୀ ଅଖିଳ ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande