ବାରହା ଆକ୍ରମଣରେ ଦୁଇ ଜଣ ଆହତ
ଘଟଗାଁ ୦୨ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଗଣ୍ଡଶିଳାଗ୍ରାମରେ ଆଜି ସକାଳେ ବାରହା ଆକ୍ରମଣରେ କୁଶ ମହାନ୍ତ(୫୦) ଶୌଚହେବା ପାଇଁ ଯାଉଥିବା ବେଳେ ଏକଦନ୍ତା ବାରହା ନିକଟସ୍ଥ ଜଙ୍ଗଲରୁ ବାହାରି ଆକ୍ରମଣ କରିଥିଲା। ଏ ଘଟଣା ଶୁଣି ତାଙ୍କ ଦୁଇ ଭାଇର ଇଦାସ ମ
ବାରହା ଆକ୍ରମଣରେ ଦୁଇ ଜଣ ଆହତ


ଘଟଗାଁ ୦୨ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଗଣ୍ଡଶିଳାଗ୍ରାମରେ ଆଜି ସକାଳେ ବାରହା ଆକ୍ରମଣରେ କୁଶ ମହାନ୍ତ(୫୦) ଶୌଚହେବା ପାଇଁ ଯାଉଥିବା ବେଳେ ଏକଦନ୍ତା ବାରହା ନିକଟସ୍ଥ ଜଙ୍ଗଲରୁ ବାହାରି ଆକ୍ରମଣ କରିଥିଲା। ଏ ଘଟଣା ଶୁଣି ତାଙ୍କ ଦୁଇ ଭାଇର ଇଦାସ ମହାନ୍ତ(୫୫) ଓ କୈଳାସ ମହାନ୍ତ(୫୩) ଘଟଣାସ୍ଥଳରେ ପହଂଚିଥିଲେ। ଏ ଦୁଇ ଭାଇକୁ ଦେଖି ବାରହା ଭୟରେ ରାଗିଯାଇ ଦୁଇଜଣକୁ ଗୁରୁତର ଭାବେ ଆକ୍ରମଣ କରିଥିଲା। ଇଦାସ ମହାନ୍ତ ଓ କୁଶ ମହାନ୍ତକୁ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ଗୁରୁତର ହେବାରୁ ଉଭୟଙ୍କୁ କେନ୍ଦୁଝର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦେଓବନ୍ଧ ବନପାଳ ଶରଣ ବାରିକ ଘଟଣାର ତଦନ୍ତ କରିବା ସହିତ ଆହତଙ୍କୁ ଡାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande