
Kendrapara, 02 ଏପ୍ରିଲ୍ (ହି.ସ.)
କେନ୍ଦ୍ରାପଡା-୦୨/୦୪: ଶ୍ରୀ ବଳଦେବ ସଂସ୍କୃତିର ଅନନ୍ୟ ପ୍ରାଚୀନ ପୀଠ ତଥା ସରକାରୀ ପର୍ୟ୍ୟଟନ ସ୍ଥଳୀ ଗୁପ୍ତକ୍ଷେତ୍ର ସଖୀବଟରେ ଗତ ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଚତୁର୍ବିଂଶ କଳିକଳୁଷନାଶନ ବିଶ୍ଵଶାନ୍ତି ମହା ଯଜ୍ଞ ଗୁରୁବାର ଶେଷ ହୋଇଛି। ଗୌଡ଼ଗାଁ ମୌଜା ଅନ୍ତର୍ଗତ ବିଲବଳରାମପୁରସ୍ଥିତ ବିଶାଳ ବଟବୃକ୍ଷ ତଳେ ନୈସର୍ଗିକ ପରିବେଶରେ ମହାପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ସ୍ୱତନ୍ତ୍ର ପୂଜାବିଧି ସହ ଘୃତଯଜ୍ଞ, ସାନ୍ଧ୍ୟ ପ୍ରବଚନ, ଭଜନ ସମାରୋହ ଶ୍ରୀମଦ୍ ଭାଗବତ ପାରାୟଣ, ଚଣ୍ଡୀ ପାଠ, ରୁଦ୍ରାଭିଷେକ, ନାମଯଜ୍ଞ, ହରିହାଟ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। କେନ୍ଦ୍ରାପଡ଼ା ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୁପାନନ୍ଦ ସରସ୍ଵତୀ ଏହି ଯଜ୍ଞକୁ ଉଦ୍ଘାଟନ କରିଥିବାବେଳେ କେନ୍ଦ୍ରାପଡ଼ା ଏସ ଡିପିଓ ଜ୍ୟୋତି ରଂଜନ ଗୌଡ, ମାହାଳ ଜଗନ୍ନାଥ ମନ୍ଦିରର ଦେବଦାସୀ ମୋହିନୀ ମା' ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଶେଷ ସନ୍ଧ୍ୟାରେ ଅତିଥିଭାବେ ବିଶିଷ୍ଟ ପାଣିପାଗ ଓ ଜଳବାୟୁ ବିଶେଷଜ୍ଞ ଡ଼. ଶରତ ସାହୁ,କେନ୍ଦ୍ରାପଡ଼ା ମୁଖ୍ୟାଳୟ ଉପ ଆରକ୍ଷୀ ଅଧିକ୍ଷକ ସରୋଜ ସାହୁ, କ୍ରୀୟାଯୋଗୀ ସନ୍ଥ ସ୍ବାମୀ ବିଶ୍ୱରୁପାନନ୍ଦ ଗିରି, ସୋଆ ବିଶ୍ବ ବିଦ୍ୟାଳୟର ପ୍ରଫେସର୍ ଦୁର୍ୟ୍ୟୋଧନ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ବିଭିନ୍ନ ସନ୍ଧ୍ୟାରେ ପ୍ରବଚନ ଓ ଭଜନ ସମାରୋହରେ ଭକ୍ତଙ୍କ ଭିଡ ଜମି଼ ଥିଲା। ପ୍ରତିଦିନ କାର୍ୟ୍ୟକ୍ରମକୁ ଟ୍ରଷ୍ଟ ବୋର୍ଡ ସଦସ୍ୟ ଇଂ ଅକ୍ଷୟ କୁମାର ପାଣି ଓ ଯଜ୍ଞକମିଟି ସଭ୍ୟ ପଣ୍ଡିତ ପ୍ରତାପ ପତି ସଂଯୋଜନା କରିଥିଲେ। ସଖୀବଟ ପରିସରରେ ସୋମବାର ପଦ୍ମିନୀ କେୟାର ମେଡିକାଲ କଲେଜ ପକ୍ଷରୁ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଟ୍ରଷ୍ଟବୋର୍ଡ ସଭାପତି ତଥା ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ କୁମାର ପରିଜାଙ୍କ ତତ୍ତ୍ଵାବଧାନରେ ଯଜ୍ଞ କମିଟି ସଭାପତି ସମୀର ରଂଜନ ବିଶ୍ଵାଳଙ୍କ ସମେତ କୁଦାନଗରି ଥାନାଧିକାରୀ ଜଗନ୍ନାଥ ପାଣିଗ୍ରାହୀ, ବୈଷ୍ଣବ ଚରଣ ସ୍ବାଇଁ, ଅଭୟ ପତ୍ରୀ, ରାମଚନ୍ଦ୍ର ପ୍ରଧାନ, ସୁଶାନ୍ତ ସାହାଣୀ ପ୍ରମୁଖ ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁବାର ପୂର୍ଣ୍ଣାହୁତି, ହରିହାଟ, ନାମଯଜ୍ଞ, ଅଙ୍କୁର ପ୍ରଦକ୍ଷି ଣ ଆଦି କାର୍ୟ୍ୟକ୍ରମରେ ଦଶ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନରେନ୍ଦ୍ର ତ୍ରିପାଠୀ, ଉମାକାନ୍ତ ସାହାଣୀ, ବନମାଳୀ ଜେନା, ଅଜୟ କୁମାର ସ୍ବାଇଁ, ନିରଞ୍ଜନ ରାଉତ, ରାଜେଶ କର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ପାଇଁ କୁଦାନଗରି ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରବି