ସିପିଆଇ ପକ୍ଷରୁ ଜୟପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ଜୟପୁର, ୨ ଅପ୍ରେଲ (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)କୋଟପାଡ଼ ଜୋନ ର ବତାସନା ଅଞ୍ଚଳର ଚାଷୀ ମୁଲିଆମାନେ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ କରିଥିଲେ l ବତାସନା ପଞ୍ଚାୟତରେ ଥିବା ବହୁ ଏକର ସରକାରୀ ଜମିକୁ ବିସ୍ଥାପିତ ଅଞ୍ଚଳରୁ
ସିପିଆଇ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବକ୍ଷୋଭ


ଜୟପୁର, ୨ ଅପ୍ରେଲ (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)କୋଟପାଡ଼ ଜୋନ ର ବତାସନା ଅଞ୍ଚଳର ଚାଷୀ ମୁଲିଆମାନେ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ କରିଥିଲେ l ବତାସନା ପଞ୍ଚାୟତରେ ଥିବା ବହୁ ଏକର ସରକାରୀ ଜମିକୁ ବିସ୍ଥାପିତ ଅଞ୍ଚଳରୁ ଆସିଥିବା ଲୋକ ମାନେ ମାଡିବସିଛନ୍ତି l ସେହି ପଞ୍ଚାୟତର ମୂଳ ବାସିନ୍ଦା ଆଦିବାସୀ ହରିଜନ ଓ ଗରିବ ଲୋକ ମାନେ ଜମିହୀନ, ବାସଗୃହ ହୀନ ହୋଇ ରହିଛନ୍ତି l ଅନେକ ସମୟରେ କୋଟପାଡ଼ ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଛି l ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ଗ୍ରାମବାସୀ ଓ ପାର୍ଟି ତରଫରୁ ଦିଆଯାଇଛି l ପ୍ରକାଶ ଯୋଗ୍ୟ ଯେ, କୋଲାବ ଯୋଜନାରେ ବାସଚ୍ୟୁତ ପରିବାର ମାନଙ୍କୁ ବତାସନା ଅଞ୍ଚଳରେ ଜମି ଦେଇ ଥଇଥାନ କରାଯାଇଛି l ସରକାର ସେମାନଙ୍କୁ ଜମି ଓ ବାସସ୍ଥାନ ମଧ୍ୟ ଦେଇଛନ୍ତି l ତାକୁ ବାଦ୍ ଦେଇ ସେଠାରେ ଥିବା ସରକାରୀ ଜମିକୁ ମଧ୍ୟ ସେମାନେ କବ୍ଜା କରିଛନ୍ତି l ସେହି ଅଞ୍ଚଳର ଲୋକମାନେ ଦାବି କରୁଛନ୍ତି ଯେ, ଉପଯୁକ୍ତ ତଦନ୍ତ କରି ବେଆଇନ ଭାବେ ଅକ୍ତିଆର କରିଥିବା ଜମିରୁ ବେଦଖଲ କରି ଜମିହୀନ ମୂଳ ବାସିନ୍ଦା ମାନଙ୍କୁ ଦିଆଯାଉ l ତା' ସହିତ ପଞ୍ଚାୟତର ମୁଖ୍ୟ ରାସ୍ତା ତିଆରି କରିବା, ଜଳ ଯୋଗାଣ ବ୍ୟବସ୍ଥା କରିବା, ଧାନ ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା ଦାବିରେ ରାଜ୍ୟର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଜରିଆରେ ପ୍ରଦାନ କରାଯାଇଛି l ଆଜିର ବିକ୍ଷୋଭରେ ପ୍ରମୋଦ କୁମାର ମହାନ୍ତି, ଯୁଧିଷ୍ଠିର ରାଉଳ, ରାମକୃଷ୍ଣ ଦାସ, ତ୍ରିପତି ଭତରା, କୁରୁମନାଥ ଭତରା, ପୂର୍ଣ୍ଣ ଚନ୍ଦ୍ର ସୁର, ନନ୍ଦ ହରିଜନ, ବଳି ଭଦ୍ର ଭୋଇ ପ୍ରମୁଖ ଭାତତୀୟ କମ୍ୟୁନିଷ୍ଟ ପାର୍ଟି ର ନେତା ଓ କର୍ମୀ ମାନେ ନେତୃତ୍ୱ ନେଇଥିଲେ l ଧାରଣା ଓ ବିକ୍ଷୋଭରେ ଅନେକ ମହିଳା ଓ ପୁରୁଷ ଯୋଗଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande