ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ କ୍ୟାମ୍ପସ ଚୟନ ପ୍ରକ୍ରିୟା ଅନୁଷ୍ଠିତ : ୧୬ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ
ଜୟପୁର, ୨ ଅପ୍ରେଲ (ହି.ସ.)- ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ''କ୍ୟାରିୟର କାଉନସେଲିଂ ଏବଂ ପ୍ଲେସମେଣ୍ଟ ସେଲ୍'' ଆନୁକୂଲ୍ୟରେ ସ୍ନାତକ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ୟାମ୍ପସ ସାକ୍ଷାତକାର ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାରେ ଦେଶର ଦୁଇଟି ପ୍ରତିଷ୍ଠିତ କମ୍ପାନୀ ଅଂ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଚୟନ ପ୍ରକ୍ରିୟା ଅନୁଷ୍ଠିତ: ୧୬ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ


ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଚୟନ ପ୍ରକ୍ରିୟା ଅନୁଷ୍ଠିତ: ୧୬ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ


ଜୟପୁର, ୨ ଅପ୍ରେଲ (ହି.ସ.)- ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର 'କ୍ୟାରିୟର କାଉନସେଲିଂ ଏବଂ ପ୍ଲେସମେଣ୍ଟ ସେଲ୍' ଆନୁକୂଲ୍ୟରେ ସ୍ନାତକ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ୟାମ୍ପସ ସାକ୍ଷାତକାର ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାରେ ଦେଶର ଦୁଇଟି ପ୍ରତିଷ୍ଠିତ କମ୍ପାନୀ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ମନୋନୀତ କରିଛନ୍ତି।

ଏହି ଚୟନ ପ୍ରକ୍ରିୟାରେ ହାଇଦ୍ରାବାଦର ହେଟେରୋ ଲାବ୍ ପକ୍ଷରୁ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କମ୍ପାନୀ ପକ୍ଷରୁ ଶୁଭମ ସୌରଜିତ ଏବଂ ଦାମୋଦର ଦୁର୍ଗାପ୍ରସାଦ ସାକ୍ଷାତକାର ପରିଚାଳନା କରିଥିଲେ। ସେହିପରି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନୀ ପକ୍ଷରୁ ୩ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ମନୋନୀତ କରାଯାଇଛି। ଯଥାକ୍ରମେ ଆଲୋକ ଭତ୍ରା, ଅଙ୍କିତା ଆଚାରୀ ଓ ଶର୍ମିଷ୍ଠା ସାହୁ । ବେଦାନ୍ତର ମାନବ ସମ୍ବଳ ପ୍ରବନ୍ଧକ ଅଭିଷେକ ରାଯୋରା ଏହି ସାକ୍ଷାତକାର ପରିଚାଳନା କରିଥିଲେ ।

ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟର ପ୍ଲେସମେଣ୍ଟ ଅଫିସର ଡକ୍ଟର ବ୍ରଜବନ୍ଧୁ ନନ୍ଦ ମନୋନୀତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଯୋଗ ଏବଂ କମ୍ପାନୀ ପରିଚାଳନା କମିଟିର ସକ୍ରିୟ ଅଂଶଗ୍ରହଣ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛି ବୋଲି ସେ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande