ଆକାଶଜ୍ୟୋତି ଇଂଲିଶ ମିଡ଼ିଅମ ସ୍କୁଲରେ ନର୍ସରୀ ଛାତ୍ରକୁ ମାଡ଼ : ଥାନାର ଦ୍ୱାରସ୍ଥ ଅଭିଭାବକ
ଚମ୍ପୁଆ, ୦୨ ଏପ୍ରିଲ୍(ହି.ସ.) – ଚମ୍ପୁଆ ଏନ୍ଏସିରେ ଥିବା ଏକ ବେସରକାରୀ ସ୍କୁଲରେ ଜଣେ ଚାରିବର୍ଷର ନର୍ସରୀ ଛାତ୍ରକୁ ମାଡ଼ ଯୋଗୁ ରକ୍ତାକ୍ତ ହେବାପରେ ଛାତ୍ରଙ୍କ ଅଭିଭାବକ ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ସଦର ମହକୁମାର ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଥିବା ଆକାଶ
ଆକାଶଜ୍ୟୋତି ଇଂଲିଶ ମିଡ଼ିଅମ ସ୍କୁଲରେ ନର୍ସରୀ ଛାତ୍ରକୁ ମାଡ଼ : ଥାନାର ଦ୍ୱାରସ୍ଥ ଅଭିଭାବକ


ଚମ୍ପୁଆ, ୦୨ ଏପ୍ରିଲ୍(ହି.ସ.) – ଚମ୍ପୁଆ ଏନ୍ଏସିରେ ଥିବା ଏକ ବେସରକାରୀ ସ୍କୁଲରେ ଜଣେ ଚାରିବର୍ଷର ନର୍ସରୀ ଛାତ୍ରକୁ ମାଡ଼ ଯୋଗୁ ରକ୍ତାକ୍ତ ହେବାପରେ ଛାତ୍ରଙ୍କ ଅଭିଭାବକ ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ସଦର ମହକୁମାର ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଥିବା ଆକାଶଜ୍ୟୋତି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷରେ ପାଠ ପଢୁଥିବା ଜଣେ ଚାରିବର୍ଷର ନର୍ସରୀ ଛାତ୍ରକୁ ଆଜି ସାଢ଼େ ଦଶଟାବେଳେ ସ୍କୁଲ ଛୁଟି ହେବା ପରେ ତାଙ୍କର ଅଭିଭାବକ ତାଙ୍କୁ ଘରକୁ ନେବା ପାଇଁ ଆସିଥିଲେ। ସେଠାରେ ପୁଅର କାନ ଖଣ୍ଡିଆ ହୋଇ ରକ୍ତ ବାହାରୁଥିବା ଦେଖିବା ସହ ମୁହଁରେ ମାଡ଼ ଦାଗ ଦେଖିବା ପାଇଁ ପାଇଥିଲେ। ସଙ୍ଗେ ସଙ୍ଗେ ସ୍କୁଲ କର୍ତୁପକ୍ଷଙ୍କୁ ଏ ବିଷୟରେ ପଚାରି ଥିଲେ ମଧ୍ୟ ସ୍କୁଲ କର୍ତୁପକ୍ଷ ତାଙ୍କୁ କୌଣସି ସ୍ପଷ୍ଟ ଉତର ଦେଇପାରି ନଥିଲେ। ଫଳରେ ବାଧ୍ୟହୋଇ ଛାତ୍ରଙ୍କ ପିତାମାତା ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଥାନାରେ ଅଭିଯୋଗ ପରେ ଚମ୍ପୁଆ ପୁଲିସ୍ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଥାନାକୁ ଡାକି ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଚମ୍ପୁଆ ଏନ୍ଏସିରେ ଦିନକୁ ଦିନ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ଖୋଲି ଉଠୁଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିଭାଗ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉ ନାହିଁ। କିଛି ମାସ ତଳେ ସ୍କୁଲ କର୍ତୁପକ୍ଷଙ୍କ ନିର୍ଯ୍ୟାତନା ସହିନପାରି ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ର ଛାତ୍ରାବାସରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନବୀୟ ବ୍ୟବହାର ବୃଦ୍ଧି ପାଉଥିବାରୁ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande