ଆସନ୍ତା ୨୦ରୁ ଚନ୍ଦନଯାତ୍ରା : ନରେନ୍ଦ୍ର ପୁଷ୍କରିଣୀରୁ କଢାଗଲା ତିନି ଡ଼ଙ୍ଗା
ପୁରୀ, ୨ ଅପ୍ରେଲ (ହି.ସ.)- ଆସନ୍ତା ଅପ୍ରେଲ ୨୦ ତାରିଖ ଅକ୍ଷୟ ତୃତିୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନ ଯାତ୍ରା । ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନଯାତ୍ରା ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ନରେନ୍ଦ୍ର ପୁଷ୍କରିଣୀର ପଙ୍କ ଭିତରେ ପୋତି ହୋଇ
ଆସନ୍ତା ୨୦ରୁ ଚନ୍ଦନଯାତ୍ରା : ନରେନ୍ଦ୍ର ପୁଷ୍କରିଣୀରୁ କଢାଗଲା ତିନି ଡ଼ଙ୍ଗା


ପୁରୀ, ୨ ଅପ୍ରେଲ (ହି.ସ.)- ଆସନ୍ତା ଅପ୍ରେଲ ୨୦ ତାରିଖ ଅକ୍ଷୟ ତୃତିୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନ ଯାତ୍ରା । ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନଯାତ୍ରା ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ନରେନ୍ଦ୍ର ପୁଷ୍କରିଣୀର ପଙ୍କ ଭିତରେ ପୋତି ହୋଇ ରହିଥିବା ତିନୋଟି ଡ଼ଙ୍ଗାକୁ ଉପରକୁ କଢାଯାଇଛି । ସେଗୁଡିକ ହେଲା ନନ୍ଦା, ଭଦ୍ରା ଏବଂ ବୈଜୟନ୍ତୀ ଡ଼ଙ୍ଗା । ଆଗକୁ ଚନ୍ଦନ ଯାତ୍ରା ଥିବାରୁ ଏହି ଡ଼ଙ୍ଗା ଗୁଡିକର ମରାମତି ଓ ରଙ୍ଗ କାର୍ଯ୍ୟ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande