
କେନ୍ଦ୍ରାପଡା, ୨ ଅପ୍ରେଲ (ହି.ସ.)- ଆମ ସଂସ୍କୃତି ଉତ୍କଳୀୟ ସଂସ୍କୃତି ଅଟେ। ଆମ ପରମ୍ପରାକୁ ସାରା ବିଶ୍ୱ ସମ୍ମାନ ଦେଇଥାଏ। ଆମ ପୋଷାକ କୁ ଅନ୍ୟ ରାଜ୍ୟରେ ଠାକୁରଦେଶର ପୋଷାକ ବୋଲି ବିବେଚନା କରନ୍ତି। ଆମେ ଓଡ଼ିଆ ଆମ ପରମ୍ପରା ଭାରି ବଢିଆ। ସାରା ଓଡିଶାର ଜନତାଙ୍କ ପାଇଁ ପାରମ୍ପରିକ ପୋଷାକ ପରିଧାନ ଦିବସର ଆବଶ୍ୟକତା ରହିଛି କାରଣ ଆମ ପୋଷାକ ଆମ ପରିଚୟ। ଏଥିପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ପାଶ୍ଚାତ୍ୟ ସଭ୍ୟତାର ଅନୁଗାମୀ ନ ହୋଇ ଆମ ପାରମ୍ପରିକ ପୋଷାକ, ଖାଦ୍ୟ ଓ ଚଳଣି ପ୍ରତି ରୁଚି ରଖିବା ଉଚିତ। ଏଠାରେ କହି ରଖୁ କି ଆମ ଉତ୍କଳୀୟ ପରମ୍ପରା ପରି ସଂସ୍କୃତି ଠାରୁ ଉନ୍ନତ ଅନ୍ୟ କେଉଁଠାରେ ନାହିଁ। ଏହାକୁ ପାଳନ କରିବା ଓ ପାଳିବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଯେଉଁ ବୟସ୍କ ବୃଦ୍ଧା ଆଜୀବନ ଧୋତି ଓ ପଞ୍ଜାବୀ ପିନ୍ଧି ଜୀବନ ଅତିବାହିତ କରିଥାନ୍ତି, ସେପରି କିଛି ବୟସ୍କଙ୍କୁ ଏକତ୍ରିତ କରାଯାଇଥିଲା। ଆଜି କେନ୍ଦ୍ରାପଡ଼ା ସହରର ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏହି ବୟସ୍କଙ୍କୁ ଏକତ୍ରିତ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉତ୍ତରୀୟ, ପାଣି ବୋତଲ ଓ ବଙ୍କୁଲି ବାଡ଼ି ପ୍ରଦାନ କରାଯାଇଥିଲା। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଲକ୍ଷ୍ୟ ଆମ କର୍ମ ଆମ ପରିଚୟ, ଆଜିର କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଆମ ପୋଷାକ ଆମ ପରିଚୟ।
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ବରୋଦାକାନ୍ତ ବରାଳ, ନିଗମ ସ୍ୱାଇଁ, ଦେବେନ୍ଦ୍ର ନାୟକ,ପୁନାନନ୍ଦ ବେହେରା, ଯୋଗେନ୍ଦ୍ର ସେଠୀ, ନରେନ୍ଦ୍ର ସ୍ୱାଇଁ, ଆଇନଜୀବୀ ବିନୋଦ ବିହାରୀ ନାୟକ ଓ ଚଗଲା ନନା ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି