କୃଷକ ସମବାୟ ସମିତି ପକ୍ଷରୁ ବିରାଟ ଚାଷୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୨ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର କୃଷି ସମବାୟ ସମିତି ପକ୍ଷରୁ ବିରାଟ ଚାଷୀ ସମାବେଶ ପାଇଁ ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦ ତାରିଖ ପବିତ୍ର ଅକ୍ଷୟତୃତୀୟା ଉପଲକ୍ଷେ ଏହି ସମାବେଶ ପାଇଁ ପ୍ରସ୍ତୁତି ବୈଠକ ହୋଇଛି । ଏହି ବୈଠ
କୃଷକ ସମବାୟ ସମିତି ପକ୍ଷରୁ ବିରାଟ ଚାଷୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା, ୨ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର କୃଷି ସମବାୟ ସମିତି ପକ୍ଷରୁ ବିରାଟ ଚାଷୀ ସମାବେଶ ପାଇଁ ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦ ତାରିଖ ପବିତ୍ର ଅକ୍ଷୟତୃତୀୟା ଉପଲକ୍ଷେ ଏହି ସମାବେଶ ପାଇଁ ପ୍ରସ୍ତୁତି ବୈଠକ ହୋଇଛି । ଏହି ବୈଠକରେ କୃଷିକ୍ଷେତ୍ର ସମ୍ପର୍କୀୟ ବିଭିନ୍ନ ରାଜନେତା, ଉଚ୍ଚ ଅମଲାତନ୍ତ୍ର ଅଧିକାରୀ, ବିଭିନ୍ନ ବୈଜ୍ଞାନିକମାନଙ୍କୁ ଅକ୍ଷୟତୃତୀୟା ଦିବସରେ ଏହି ସମାବେଶରେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମାବେଶରେ ଅବିଭକ୍ତ କଟକ ଜିଲ୍ଲାର ଚାଷୀଭାଇ ଭଉଣୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ କୃଷି ଏବଂ ଆନୁସାଙ୍ଗିକ କ୍ଷେତ୍ରରେ ବିଭିନ୍ନ ବର୍ଗର ସଫଳ ଚାଷୀ ଓ ଅନ୍ୟାନ୍ୟ କୃତୀ ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ବୈଠକରେ ଉପସଭାନେତ୍ରୀ ପ୍ରାର୍ବତୀ ନାୟକଙ୍କ ସମେତ ନିର୍ଦ୍ଦେଶକ ନୃସିଂହଚରଣ ମହାନ୍ତି, ରଂଜନ କୁମାର ସେଠୀ, ଅଭୟ ସାମଲ, ମହେଶ୍ୱର ଜେନା, ରବିନ୍ଦ୍ର ଧଳ, ନିର୍ଦ୍ଦେଶିକା ମାନସୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସମିତିର ସମ୍ପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande